Below header

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ବସ୍‌ ବ୍ୟବସ୍ଥା, ଜାଣି ରଖନ୍ତୁ ନୋଡାଲ ସେଣ୍ଟର ଅଧିକାରୀଙ୍କ ଫୋନ ନମ୍ବର

କେନ୍ୟୁଜ୍(ବ୍ୟୁରୋ):  ଦିନକ ପରେ ଜେଇଇ ମେନ୍‌ ପରୀକ୍ଷା । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର୍ଥୀଙ୍କୁ ବସ୍‌ ଯୋଗେ ପରୀକ୍ଷା କେନ୍ଦ୍ରକୁ ପଠାଯାଉଛି । ବସ୍‌ ଗୁଡ଼ିକୁ ସାନିଟାଇଜ୍‌ କରାଯାଉଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଥର୍ମାଲ ସ୍କ୍ରିନିଂ ହେଉଛି। ରହଣି ପାଇଁ ମଧ୍ୟ ସୁବ୍ୟବସ୍ଥା ହୋଇଛି ।

ଜେଇଇ ପରୀକ୍ଷା ପାଇଁ ଦୂର ସ୍ଥାନରୁ ପରୀକ୍ଷା କେନ୍ଦ୍ରକୁ ଯାତ୍ରା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ । ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟବସ୍ଥା ହୋଇଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍‌ରେ ପ୍ରଥମ ପର୍ଯ୍ୟାୟ ଛାତ୍ରଛାତ୍ରୀଙ୍କୁ ପଠାଯାଇଛି । ବସ୍‌କୁ ସାନିଟାଇଜ କରାଯାଇଥିବା ବେଳେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଥର୍ମାଲ ସ୍କ୍ରିନିଂ ହୋଇଛି । ପରୀକ୍ଷାର୍ଥୀଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଭୁବନେଶ୍ୱର, ବ୍ରହ୍ମପୁର ଓ ବାଲେଶ୍ୱରକୁ ଆସିଛନ୍ତି ପରୀକ୍ଷାର୍ଥୀ। କେବଳ ମାଲକାନଗିରି ନୁହେଁ ଦୂର ଜିଲ୍ଲା ଗୁଡ଼ିକରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ବାହାରିଛନ୍ତି ।

jee neetଜେଇଇ ମେନ ପରୀକ୍ଷା ପାଇଁ ଗଞ୍ଜାମ ଜିଲ୍ଲାରେ ୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷାର୍ଥୀଙ୍କ ମାଗଣାରେ ଯାତାୟାତ, ରହଣୀ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ପରୀକ୍ଷା କେନ୍ଦ୍ରରେ କୋଭିଡ ଗାଇଡଲାଇନକୁ ସୁନିଶ୍ଚିତ କରାଯିବ । ଏହାକୁ ନେଇ ପରୀକ୍ଷାର୍ଥା ଓ ଶିକ୍ଷାବିତମାନେ ଖୁସି ପ୍ରକାଶ କରିଛନ୍ତି ।ସେପଟେମ୍ବର ୧ ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜେଇଇ ମେନ୍‌ ପରୀକ୍ଷା । ରାଜ୍ୟର ୭ଟି ସହରରେ ହୋଇଛି ପରୀକ୍ଷା କେନ୍ଦ୍ର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.