ପାକିସ୍ତାନ ସେନାକୁ ସମାଲୋଚନା କରି ଭୟଙ୍କର ନିଯ୍ୟାତନାର ଶିକାର ହେଲେ ମହିଳା ଓକିଲ, ଦେଖନ୍ତୁ ଭିଡିଓରେ କଣ କହୁଛନ୍ତି

ନୂଆଦିଲ୍ଲୀ : ପାକିସ୍ତାନରେ ଆତଙ୍କ । ଜଣେ ମହିଳା ଓକିଲଙ୍କୁ ଅପହରଣ କରି ନିଆଗଲା । ଆଉ ଚାରି ଦିନ ଧରି ଭୟଙ୍କର ନିର‌୍ୟାତନା ଦେବା ପରେ ହାତଗୋଡ଼ ବାନ୍ଧି ଫିଙ୍ଗି ଦେଇଛନ୍ତି । ଗତ ଅଗଷ୍ଟ ୧୫ ତାରିଖ ଦିନ ତାଙ୍କୁ ତାଙ୍କ ଅଫିସ୍‌ରୁ ଚାରିଜଣ ଲୋକ ଆସି ଅପହରଣ କରି ନେଇଥିଲେ । ଆଉ ଚାରି ଦିନ ପରେ ହାତଗୋଡ଼ ବନ୍ଧା ହୋଇଥିବା ଏବଂ ମୁହଁରେ କନା ବିଣ୍ଡା ଦିଆଯାଇଥିବା ଅବସ୍ଥାରେ ତାଙ୍କୁ ଏକ ଚାଷ ଜମିରୁ ଉଦ୍ଧାର କରାଗଲା । ତାଙ୍କର ଦୋଷ ଏୟା ଥିଲା ଯେ ସେ ପାକିସ୍ତାନକୁ ସମାଲୋଚନା କରିଥିଲେ । କହିଥିଲେ ସେନା ହେଉଛି ତାଙ୍କ ଦେଶର ସବୁଠାରୁ ବଡ଼ ଶତ୍ରୁ ।

ମହିଳା ଓକିଲ ଜଣକ ହେଉଛନ୍ତି ଦିପାଲପୁର ବାସିନ୍ଦା । ତାଙ୍କର ୬ଟି ପିଲା ଅଛନ୍ତି । ଏକ ସଭାରେ ସେ ପାକିସ୍ତାନ ସେନାର ସମାଲୋଚନା କରିବା ପରେ ତାଙ୍କର ଏଭଳି ଅବସ୍ଥା କରାଯାଇଛି ।

 

 

Leave A Reply

Your email address will not be published.