କଟକ ସହରରୁ ଆଜି ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କେସ ୮୭

କଟକ(କେନ୍ୟୁଜ୍):  କଟକ ସହରରୁ ଆଜି ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।    ଏହି ୨୦୬ଜଣଙ୍କ ମଧ୍ୟରୁ କଣ୍ଟେନମେଣ୍ଟ ଜେନ୍‌ରୁ ୨୨ଜଣ, ହୋମ କ୍ବାରେଣ୍ଟାଇନରୁ ୫୪ ଜଣ, ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍‌ରୁ ୪୩ଜଣ ଓ  ଲୋକାଲ  କେସ ରହିଛି  ୮୭।

ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ  କଟକ ସହରରେ ଏପର୍ଯ୍ୟନ୍ତ ୪,୭୭୭ ପଜିଟିଭ୍ କେସ୍ ରହିଛି।   ଏଥିରୁ ୨,୮୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧,୯୩୮ଟି ଆକ୍ଟିଭ କେସ୍ ରହିଛି।    ୨୬ଜଣଙ୍କ ଏହି କରୋନାରେ  ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ସିଏମସି।

ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ୪୩ଜଣଙ୍କ ମଧ୍ୟରୁ ୯ଜଣ ଏସ୍‌ସିବି ମେଡିକାଲ ଆଇସୋଲେସନ୍‌ ଓ୍ଵାର୍ଡରୁ, ୫ଜଣ କରୋନା ଯୋଦ୍ଧା, ୨୧ଜଣ ପୁରୁଷ ଓ ୮ଜଣ ମହିଳାଙ୍କ କରୋନା ପଜିଟିଭ ଥିବା ଜଣାପଡ଼ିଛି। ସେହିପରି ଚାଉଳିଆଗଞ୍ଜ ନୂଆ ନିମ୍ବସାହି କଣ୍ଟେଣ୍ଟମେଣ୍ଟ ଜୋନ୍‌ରୁ ଆକ୍ରାନ୍ତ ହୋଇଥିବା ୨୨ଜଣଙ୍କ ମଧ୍ୟରୁ ୭ଜଣ ପୁରୁଷ ରହିଥିବା ବେଳେ ୧୫ଜଣ ମହିଳା ଥିବା କଟକ ମହାନଗର ନିମଗ ଟୁଇଟ କରି ଆଜି ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.