Below header

ଗଜପତି: ପ୍ରଥମ କରି ରାଜଗାଦିରେ ବସିଥିବା ରାଜଜେମା କଲ୍ୟାଣି ଗଜପତିଙ୍କ ଅଙ୍କ ଉତ୍ସବ ନିରାଡମ୍ବରରେ ହେଲା ପାଳିତ

ଗଜପତି(କେନ୍ୟୁଜ୍):  ଗତକାଲି ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ପ୍ରମୁଖ ପର୍ବ ଅଙ୍କ ଉତ୍ସବ ନିରାଡମ୍ବରରେ ପାଳିତ ହୋଇଯାଇଛି । ତେବେ ପ୍ରଥମ ଥର ପାଇଁ ତଥା ଶାସନର ପ୍ରଥମ ବର୍ଷ ପାଳନ କରିଛନ୍ତି କଲ୍ୟାଣି ଗଜପତି।  ବିଦ୍ଧିବିଧାନ ଅନୁସାରେ ଗତକାଲି ଥିଲା ରାତ୍ର ଅଙ୍କପର୍ବ । ପାରଳାଖେମୁଣ୍ଡି ରାଜବଂଶୀୟଙ୍କ ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ମାଣିକେଶ୍ୱରୀ । ଗଙ୍ଗବଂଶର ଦାୟଦ ଏହି ରାଜବଂଶୀୟମାନେ ୧୫୬୬ରୁ ଏହି ଅଙ୍କପର୍ବ ପାଳନ କରିଆସୁଛନ୍ତି । ଯେଉଁ ରାଜା ଜୀବିତ ରହି ସଂହାସନ ଅଳଙ୍କୃତ କରି ଶାସନ କରୁଥାନ୍ତି ସେମାନଙ୍କ ଶାସନର ଅଙ୍କ ମାଣିକେଶ୍ୱରୀଙ୍କ ଠାରେ କଷାଯାଏ ଯଥା ଲେଖାଯାଏ ।

ସେଥିରୁ ଜଣାଯାଏ ସେହି ରାଜାଙ୍କ ଶାସନ କେତେ ବର୍ଷ ହୋଇଛି । ସେହିପରି ଗୋପୀନାଥ ଗଜପତିଙ୍କ ଦେହାନ୍ତ ପରେ କଲ୍ୟାଣି ଗଜପତି ବର୍ତ୍ତମାନର ପାରଳାଖେମୁଣ୍ଡିର ରାଜସିଂହାସନର ଅଧିକାରୀ ହୋଇଥିବାରୁ ତାଙ୍କର ଶାସନର ପ୍ରଥମ ବର୍ଷ ପୁର୍ତ୍ତି ଉତ୍ସବ ନିରାଡମ୍ବରରେ ପାଳନ ହୋଇଛି । ବର୍ତ୍ତମାନ ରାଜ ପରିବାରର ଦାୟଦ ଭାବେ କଲ୍ୟାଣୀ ଦେବୀ ଗଜପତି ରହିଥିବାରୁ ପାରଳା ଇତିହାସରେ ପ୍ରଥମ ଥର କୌଣସି ରାଜଜେମା ଶାସନର ପ୍ରଥମ ବର୍ଷର ଅଙ୍କ କସିଛନ୍ତି ।

kalyani gajapati1

ପ୍ରତ୍ୟେକ ବର୍ଷର ଭଳି ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ଦିନ ରାଜ ପରିବାରର ପକ୍ଷରୁ ସୁନାକୁ ହୋମ ଅଗ୍ନୀରେ ତରଳାଇ ସାତ ଗୋଟି ପତ୍ରି ପ୍ରସ୍ତୁତ କରାଯାଇ ସେଥିରେ ଦ୍ୱାଦଶୀ ଦିନ ଅଙ୍କ କଷାଯାଏ । ତେବେ କୋଭିଡ କଟକଣା ଯୋଗୁଁ ପୂର୍ବ ବର୍ଷ ପରି ବୀର ବାଦ୍ୟ ନଥାଇ ରାଜବାଟୀରୁ କାର ଯୋଗେ ଆସି ମାଁ ମାଣିକେଶ୍ୱରୀ ମନ୍ଦିରରେ ଥିବା କନକଦୁର୍ଗା ମନ୍ଦିରରୁ ପାଟଖଣ୍ଡା ନେଇ ମାଣିକେଶ୍ୱରୀଙ୍କ ଗର୍ଭଗୃହ ଠାରେ କଲ୍ୟାଣି ଗଜପତି ସ୍ଥାପନ କରିଥିଲେ । ସେଠାରେ ସୁନାରେ ତିଆରି ସାତପତ୍ରୀର ପୂଜାପରେ ହୋମଯଜ୍ଞ ପରେ ଏଙ୍କାଏଙ୍କି ନିକଟରେ ମାଗୁର ମାଛ ବଳିଦାନ ପୂର୍ବକ ପୂଜାର୍ଚ୍ଚନା ପରେ ସୁନାପତ୍ରୀ ନିଜ ସହ ନେଇ ପୁଣି ରାଜବାଟୀକୁ ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.