Below header

ପୁରୀ ଗଜପତିଙ୍କ ଶ୍ରୀନହରରେ ଅନୁଷ୍ଠିତ ହେଲା ସୁନିଆଁ ପର୍ବ,୬୩ତମ ଅଙ୍କ ଓ ନୂତନ ବର୍ଷ ୧୪୨୮ର ହେଲା ଘୋଷଣା

କେନ୍ୟୁଜ୍(ବ୍ୟୁରୋ):  ପୁରୀ ଗଜପତିଙ୍କ ଶ୍ରୀନହରରେ ଅନୁଷ୍ଠିତ ହୋଇଛି ସୁନିଆଁ ପର୍ବ । ଗଜପତି ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରାଯାଇଥିଲା । ରାଜଗୁରୁମାନେ ଗଜପତିଙ୍କୁ ବନ୍ଦାପନା କରିବା ସହ ଗଜପତିଙ୍କ ଶାସନର ୬୩ତମ ଅଙ୍କ ଓ ନୂତନ ବର୍ଷ ୧୪୨୮ର ଘୋଷଣା ହୋଇଥିଲା ।

 ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ, ବେହେରା କରଣଙ୍କ ସହ ପୂର୍ବତନ ମନ୍ଦିର ପ୍ରଶାସକଙ୍କୁ ସମ୍ମାନିତ କରାଯାଥିଲା । ନୂତନ ବର୍ଷ ଓ ଅଙ୍କ ଘୋଷଣା ପାଇଁ ସୁନାର ଏକ ମୋହରକୁ ପ୍ରଚଳନ କରାଯାଥିଲା ।

ଏହି ଅବସରରେ ପୁରୀ ନିକଟସ୍ଥ ୧୬ ଶାସନ ବ୍ରାହ୍ମଣ, ମଠାଧିଶ ଓ ସନ୍ଥମାନେ ଶ୍ରୀନହରରେ ଉପସ୍ଥିତ ଥିଲେ । ଗଜପତିଙ୍କୁ ସମସ୍ତେ ଆଶୀର୍ବାଦ କରିବା ସହ ଭେଟି ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.