ରାଜ୍ୟ

ସ୍ତ୍ରୀକୁ ହତ୍ୟା କଲା ପରେ ସ୍ୱାମୀ ଚାଲିଗଲା ଜେଲକୁ , ୨ ଅସହାୟ ଛୁଆଙ୍କୁ ଆଦରି ନେଲା ଗଜପତି ଜିଲ୍ଲା ପ୍ରଶାସନ

କେନ୍ୟୁଜ୍(ବ୍ୟୁରୋ):  ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଏକ ପରିବାର ନିଜ ଜୀବିକା ଅନ୍ବେଷଣରେ ଯାଇ ସର୍ବଶ୍ବାନ୍ତ ହୋଇଛନ୍ତି । ଏହି ପରିବାର ମୋହନା ଅଞ୍ଚଳରୁ ତାମିଲନାଡୁ ରାଜ୍ୟର କୋଇମ୍ବଟୁର ଠାରେ ରହିଆସୁଥିଲେ । ଭଗବାନଙ୍କୁ କୃପାରୁ ଦୁଇ ପୁତ୍ର ସନ୍ତାନ ମଧ୍ୟ ପାଇଲେ କିନ୍ତୁ ବିଧିର ବିଧାନ କିଏ କରିବ ଆନ ଭଳି ସୁଖି ଜୀବନରେ ଦୁଖଃର କଳାବାଦଳ ଛାଇଗଲା । ସ୍ତ୍ରୀ  ପରକୀୟା ପ୍ରତି କରୁଥିବା  ସନ୍ଦେହରେ ସ୍ୱାମୀ ମାଡ ମାରି ଥାନାର ଦ୍ବାରସ୍ଥ ହେଲା  । ଥାନା ବାଲା ଆସି ଘରେ ପହଞ୍ଚିଲା ବେଳକୁ ସ୍ତ୍ରୀର ମୃତ୍ୟୁ ହୋଇସାରିଥିଲା । ସ୍ତ୍ରୀ ମଶାଣି ଗଲା ଅଉ ସ୍ୱାମୀ ଜେଲ ଗଲା । ତେବେ ଦୁନିଆକୁ ଭଲ ଭାବେ ଦେଖିନଥିବା ଏମାନଙ୍କ ଦୁଇ ପୁଅ ଅସହାୟ ହୋଇପଡିଲେ । 

ବଞ୍ଚିବାର ରାହା ଯୋଗାଇବାକୁ ତାମିଲନାଡୁ ସରକାର ଅନେକ ଚେଷ୍ଟା କଲେ କିନ୍ତୁ ମା ଓ ବାପା ହରାଇ ଦୁଇ ପୁଅ  ଝୁରି ଝୁରି ଖାଇବା ହିଁ ଛାଡିଦେଲେ । ଜଣେ ୩ବର୍ଷ ଆଉ ଜଣେ ୬ବର୍ଷ ଶିଶୁ ପୁତ୍ର ବାପା କାହିଁକି ଜେଲ ଗଲା ମାଁ କାହିଁକି ମଲା ତାହା ଜଣି ପାରିଲେ ନାହିଁ।  କିନ୍ତୁ କାଳେ ଦୁଇ ଜଣ ଫେରି ଆସିବେ ବୋଲି ଦୁଇ ମାସ ଧରି କୋଇମ୍ବାଟୁରର ଏକ ଅନାଥଶ୍ରମରେ ଚାହିଁ ରହିଲେ ।

ଠିକ ସେହି ସମୟରେ ଗଜପତି ପ୍ରସାଶନ, ପୋଲିସ, ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷକଙ୍କ ସହଯୋଗରେ ଶିଶୁମାନଙ୍କ ଗୋଷାଇଁ ବାପା ତାମିଲନାଡୁ କଇଁବୋଟୁରରୁ ଉଦ୍ଧାର କରି ଆଣିଛନ୍ତି । ଉଦ୍ଧାର ଶିଶୁଙ୍କୁ ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛନ୍ତି । ତେବେ ଏହି ଉଦ୍ଧାର ଶିଶୁଙ୍କୁ ତାଙ୍କ ଗୋଷାଇଁ ବାପାଙ୍କୁ ପ୍ରଦାନ କରାଯିବ କି ନାହିଁ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେବେ ବୋଲି ଜଣାପଡିଛି । ତେବେ  ସ୍ୱାମୀ ସ୍ତ୍ରୀଙ୍କ କଳହରେ ଅସହାୟ ହୋଇପଡିଥିବା ଦୁଇ ଶିଶୁଙ୍କ ଭବିଷ୍ୟତ ଏବେ କଣ ହେବ ତାହା ହିଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

1 min ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

11 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

45 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

53 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago