ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଟାଉନ ସହରକୁ ସାନିଟାଇଜ କରିବା ପାଇଁ କ୍ଲୋରିନ ପାଣିରେ ପରିସ୍କାର କରାଯାଇଛି । ଅଗ୍ନିଶମ ବାହନି ପକ୍ଷରୁ ଉଭୟ ସହରକୁ ପରିସ୍କାର କରାଯାଇଛି । ପ୍ରତ୍ୟେକ ପଞ୍ଚାୟତ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ୱାରେନଟାଇନ ସେଣ୍ଟର ହୋଇଥିବା ବେଳେ ଏନସି କଲେଜର ନୂତନ ବିଲ୍ଡିଂରେ ୫୦୦ ଶଯ୍ୟା ବିଶିଷ୍ଟ କ୍ୱାରେନଟାଇନ କେନ୍ଦ୍ର ନିର୍ମାଣ ଚାଲିଛିି ।
ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ୨୫୦ ଶଯ୍ୟା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାକି ୨୫୦ ଶଯ୍ୟା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ନିର୍ମାଣ କାର୍ଯ୍ୟକୁ ବରିଷ୍ଠ ଓଏସ ଅଧିକାରୀ ମାନେ ତଦାରଖ କରୁଛନ୍ତି । ସେହପରି ଜିଲ୍ଲାରେ କୌଣସି ରୋଗୀ କୋରୋନା ରୋଗରେ ଆକ୍ରାନ୍ତ ହେଲେ ସେମାନଙ୍କୁ ଯାଜପୁର ସଦର ମହକୁମା ଓ କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲରେ ଭର୍ତି କରାଯିବ । ଚିକିତ୍ସା ପଇଁ ଆବଶ୍ୟକ ଅର୍ଥ ଟାଟାର ସି ଏସ ଆର ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ନିଷ୍ପତି ହୋଇଛି ।
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…