ଯାଜପୁର: କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ, କ୍ଲୋରିନ ପାଣିରେ ସହରକୁ କରାଗଲା ସାନିଟାଇଜେସନ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଟାଉନ ସହରକୁ ସାନିଟାଇଜ କରିବା ପାଇଁ କ୍ଲୋରିନ ପାଣିରେ ପରିସ୍କାର କରାଯାଇଛି । ଅଗ୍ନିଶମ ବାହନି ପକ୍ଷରୁ ଉଭୟ ସହରକୁ ପରିସ୍କାର କରାଯାଇଛି । ପ୍ରତ୍ୟେକ ପଞ୍ଚାୟତ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ୱାରେନଟାଇନ ସେଣ୍ଟର ହୋଇଥିବା ବେଳେ ଏନସି କଲେଜର ନୂତନ ବିଲ୍ଡିଂରେ ୫୦୦ ଶଯ୍ୟା ବିଶିଷ୍ଟ କ୍ୱାରେନଟାଇନ କେନ୍ଦ୍ର ନିର୍ମାଣ ଚାଲିଛିି ।

JAJPUR QURENTINE

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ୨୫୦ ଶଯ୍ୟା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାକି ୨୫୦ ଶଯ୍ୟା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ନିର୍ମାଣ କାର୍ଯ୍ୟକୁ ବରିଷ୍ଠ ଓଏସ ଅଧିକାରୀ ମାନେ ତଦାରଖ କରୁଛନ୍ତି । ସେହପରି ଜିଲ୍ଲାରେ କୌଣସି ରୋଗୀ କୋରୋନା ରୋଗରେ ଆକ୍ରାନ୍ତ ହେଲେ ସେମାନଙ୍କୁ ଯାଜପୁର ସଦର ମହକୁମା ଓ କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲରେ ଭର୍ତି କରାଯିବ । ଚିକିତ୍ସା ପଇଁ ଆବଶ୍ୟକ ଅର୍ଥ ଟାଟାର ସି ଏସ ଆର ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ନିଷ୍ପତି ହୋଇଛି ।

Leave A Reply

Your email address will not be published.