ପ୍ରଧାନମନ୍ତ୍ରୀ ପାଣ୍ଠିକୁ ଖିଲାଡ଼ି କୁମାରଙ୍କ ମହତ୍‌ ଦାନ

ମୁମ୍ବାଇ : ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇରେ ସାମିଲ ହେଲେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର । ପ୍ରଥମେ ସିନା ବାର୍ତ୍ତା ଦେଉଥିଲେ ହେଲେ ଏବେ ଅର୍ଥଦାନ କରିଛନ୍ତି । ହସପିଟାଲ ଭିତ୍ତିଭୂମି ଏବଂ କରୋନା ପରୀକ୍ଷା ପାଇଁ ଆବଶ୍ୟକ ସାମଗ୍ରୀ ଆଦି ବ୍ୟବସ୍ଥା ଲାଗି ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତା ପାଇଁ ପୂର୍ବରୁ ଟ୍ଵିଟରରେ ନିବେଦନ କରିଥିଲେ । ଏହା ପରେ ବିଭିନ୍ନ ବର୍ଗରୁ ଅର୍ଥ ଦାନ କରାଯାଉଛି । ଅକ୍ଷୟ ତାଙ୍କ ସଞ୍ଚୟରୁ ୨୫ କୋଟି ଟଙ୍କା ଦାନ ଦେବେ ବୋଲି କହିଛନ୍ତି । ଏହି ବଲିଉଡ୍‌ ସୁପର ଷ୍ଟାର କହିଛନ୍ତି, ଜାନ୍‌ ହେ ତୋ ଜାହାନ୍‌ ହେ ।

ରାଇନା ଦେଲେ ୫୨ ଲକ୍ଷ ଟଙ୍କା

ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳି ସୁରେଶ ରାଇନା ଏହି ପାଣ୍ଠିକୁ ୫୨ ଲକ୍ଷ ଟଙ୍କା ଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.