ରାଜ୍ୟ

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଖଣ୍ଡ ବିଖଣ୍ଡିତ ଶରୀର ସୀମାଞ୍ଚଳଙ୍କର, ଡିଏନଏ ରିପୋର୍ଟରୁ ହେଲା ସ୍ପଷ୍ଟ

ଭୁବନେଶ୍ୱର (କେ ନ୍ୟୁଜ): ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ସୀମାଞ୍ଚଳ ପରିଡା ମୃତ । ବିସ୍ଫୋରଣ ପରେ ସେ ନିଖୋଜ ଥିବା ବେଳେ ଆଜି ପ୍ରକାଶିତ ହୋଇଥିବା ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ଏନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । ସୀମାଞ୍ଚଳଙ୍କୁ ମିଶାଇ ଦୁଇ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ନେଇ ଡ଼ିଏନଏ ରିପୋର୍ଟରେ ତଥ୍ୟ ନାହିଁ ବୋଲି ସିପି କହିଛନ୍ତି ।

କହିରଖିବା ଉଚିତ ହେବକି, ଘଟଣା ସ୍ଥଳରୁ ମିଳିଥିବା ମାଂସପେଶୀ ଓ ହାଡଖଣ୍ଡ ଗୁଡିକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଆଜି ସେହି ରିପୋର୍ଟ ଆସିଛି । ଆଉ ରିପୋର୍ଟରୁ ସ୍ପଷ୍ଟ ହୋଇଛିଯେ ଏହି ଦୁର୍ଘଟଣାରେ ମୋଟ ରୂପରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ରିପୋର୍ଟ ଆସିବା ପରେ ପ୍ରେସମିଟ ଜରିଆରେ ଘୋଷଣା କରିଛନ୍ତି ସିପି ସୁଧାଂଶୁ ଷଢଙ୍ଗି । ଏନେଇ ସୀମାଞ୍ଚଳଙ୍କ ପରିବାର ଲୋକଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ।

 

 

KNews Bureau

Recent Posts

ଭୁବନେଶ୍ବରରେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ, ବାଛିବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ।  ବିଜେପିର କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର…

5 mins ago

ଆପଣଙ୍କ Android Phone ସ୍ଲୋ କାମ କରୁଛି କି? ଆପଣାନ୍ତୁ ଏହି ସବୁ ଟିପ୍ସ

ଯେତେବେଳେ ଆମେ ପୁରୁଣା ଫୋନ୍ ବ୍ୟବହାର କରୁ, ଆମର ଆଣ୍ଡ୍ରଏଡ୍ ଫୋନର ସ୍ପିଡ ଧୀରେ ଧୀରେ ସ୍ଲୋ ହୋଇଯାଏ ।…

30 mins ago

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ନିମନ୍ତ୍ରଣ କଲେ ବିଜେପିର ୫ ବରିଷ୍ଠ ନେତା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ଥର ପାଇଁ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

41 mins ago

NTA କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ୮ ଜୁଲାଇରେ ହେବ ପରବର୍ତ୍ତୀ ଶୁଣାଣି

NEET ପରୀକ୍ଷାକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ ହୋଇଛି । NEET କାଉନସେଲିଂ ଉପରେ ରୋକ୍…

50 mins ago

ନିଜ ଜନ୍ମଦିନରେ ୭୭ ପାଉଣ୍ଡ୍‌ର କେକ୍‌ କାଟିବେ ଲାଲୁ ଯାଦବ, ପରିବାର ସହ ମଧ୍ୟରାତ୍ରିରେ ପାଳିଲେ ବାର୍ଥ ଡେ’

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ମୁଖ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ଆଜି ୭୭ତମ ଜନ୍ମଦିନ…

57 mins ago

ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, କାଲି ଅଧାଦିନ ଛୁଟି ରହିବ ରାଜଧାନୀର ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଜନତା ମଇଦାନରେ ଶପଥ ନେବେ ନୂଆ ମନ୍ତ୍ରିମଣ୍ଡଳ…

1 hour ago