Below header

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଖଣ୍ଡ ବିଖଣ୍ଡିତ ଶରୀର ସୀମାଞ୍ଚଳଙ୍କର, ଡିଏନଏ ରିପୋର୍ଟରୁ ହେଲା ସ୍ପଷ୍ଟ

ଭୁବନେଶ୍ୱର (କେ ନ୍ୟୁଜ): ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ସୀମାଞ୍ଚଳ ପରିଡା ମୃତ । ବିସ୍ଫୋରଣ ପରେ ସେ ନିଖୋଜ ଥିବା ବେଳେ ଆଜି ପ୍ରକାଶିତ ହୋଇଥିବା ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ଏନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । ସୀମାଞ୍ଚଳଙ୍କୁ ମିଶାଇ ଦୁଇ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ନେଇ ଡ଼ିଏନଏ ରିପୋର୍ଟରେ ତଥ୍ୟ ନାହିଁ ବୋଲି ସିପି କହିଛନ୍ତି ।

କହିରଖିବା ଉଚିତ ହେବକି, ଘଟଣା ସ୍ଥଳରୁ ମିଳିଥିବା ମାଂସପେଶୀ ଓ ହାଡଖଣ୍ଡ ଗୁଡିକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଆଜି ସେହି ରିପୋର୍ଟ ଆସିଛି । ଆଉ ରିପୋର୍ଟରୁ ସ୍ପଷ୍ଟ ହୋଇଛିଯେ ଏହି ଦୁର୍ଘଟଣାରେ ମୋଟ ରୂପରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ରିପୋର୍ଟ ଆସିବା ପରେ ପ୍ରେସମିଟ ଜରିଆରେ ଘୋଷଣା କରିଛନ୍ତି ସିପି ସୁଧାଂଶୁ ଷଢଙ୍ଗି । ଏନେଇ ସୀମାଞ୍ଚଳଙ୍କ ପରିବାର ଲୋକଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.