କମ୍ପାନୀ ଖୋଜୁଛି ବିସ୍କୁଟ୍‌ ସ୍ୱାଦ ଚାଖିବା ବାଲା ଲୋକ, ପୋଷ୍ଟର ନାମ ‘ମାଷ୍ଟର ବିସ୍କେଟର’, ଦରମା ୪୦ ଲକ୍ଷ ଟଙ୍କା

ପାଠ ପଢ଼ି ଭଲ ଡିଗ୍ରୀ ଧରିଲେ ଯେ କେବଳ ଭଲ ଚାକିରି ମିଳିବ ସେମିତି କିଛି ମାନେ ନାହିଁ । ବେଳେ ବେଳେ ଭଲ ଡିଗ୍ରୀ ଧାରୀମାନେ ଯେତିକି ଦରମାର ଚାକିରି ପାଇ ନଥିବେ, ବିନା ଡିଗ୍ରୀଧାରୀ ଯୁବକ ମଧ୍ୟ ତା’ଠାରୁ ଭଲ ଚାକିରି ପାଇଥିବାର ନଜିର ରହିଛି ।

ତେବେ ସବୁଠୁ ବଡ କଥା ହେଲା ଟ୍ୟାଲେଣ୍ଟ, ତାହା କେବଳ ପାଠରେ ନ ହୋଇ ଶାଠରେ ହେଲେ ବି ଚଳିବ । ଆଜି ଆମେ ଆପଣଙ୍କୁ ଏମିତି ଚାକିରି ବିଷୟରେ କହିବାକୁ ଯାଉଛୁ, ଯାହା ପାଠ ଅପେକ୍ଷା ଶାଠର ଅଧିକ ଗୁରୁତ୍ୱ ରଖେ । କମ୍ପାନୀ ଏପରି ଏକ ଚାକିରି ପାଇଁ ବିଜ୍ଞାପନ ଦେଇଛି ଯାହାର କାମ ହେଉଛି କେବଳ ବିସ୍କୁଟ୍‌ର ସ୍ୱାଦ ଚାଖିବା ଓ ଏହାର ଭଲ ମନ୍ଦ ବିଷୟରେ କହିବା ।

biscuit-1

ଏହି ଚାକିରି ପାଇଁ ଦରମା ରଖିଛନ୍ତି ବାର୍ଷିକ ୪୦ ଲକ୍ଷ ଟଙ୍କା । ସ୍କଟ୍‌ଲାଣ୍ଡର ଏହି ବିସ୍କୁଟ୍‌ ନିର୍ମାତା କମ୍ପାନୀ ‘ବୋର୍ଡର ବିସ୍କୁଟ୍‌’ ଏଭଳି ଏକ ଚାକିରି ପାଇଁ ଆବେଦନ ମାଗିଛନ୍ତି । ପୋଷ୍ଟର ନାମ ରଖିଛନ୍ତି ‘ମାଷ୍ଟର ବିସ୍କେଟର’ । ଏହି ପଦବୀର ଅର୍ଥ ହେଉଛି କମ୍ପାନୀ ନିଜର ବିସ୍କୁଟ୍‌ ଟେଷ୍ଟ ପାଇଁ ଜଣେ ବ୍ୟକ୍ତିଙ୍କୁ ଚାକିରିରେ ରଖିବ ଯିଏ ବିସ୍କୁଟ ର ଟେଷ୍ଟ କରି ଏହାର ଭଲ ମନ୍ଦ ସମ୍ପର୍କରେ କହିବ ।

ଏହି ପୋଷ୍ଟ ପାଇଁ କମ୍ପାନୀ ଦରମା ବାବଦକୁ ବାର୍ଷିକ ପ୍ୟାକେଜ୍‌ ରଖିଛି ୪୦ ହଜାର ପାଉଣ୍ଡ ବା ପ୍ରାୟ ୪୦ ଲକ୍ଷ ଟଙ୍କା । ଏଥିପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କର ବିସ୍କୁଟ ନିର୍ମାଣ ଉପରେ ଗଭୀର ଜ୍ଞାନ ଥିବା ସହ ବିସ୍କୁଟ ସ୍ୱାଦ ବାରିବା ଉପରେ ମଧ୍ୟ ଭଲ ଅଭିଜ୍ଞତା ଥିବା ଦରକାର ବୋଲି କମ୍ପାନୀ କହିଛି । ପ୍ରକାଶଯୋଗ୍ୟ ଯେ ୨୦୧୯ରେ କାର୍ଡବୋରି କମ୍ପାନୀ ଏଭଳି ଏକ ଚାକିରି ପାଇଁ ବିଜ୍ଞପନ କାଢ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.