ରାଜ୍ୟ

ରୋଗୀଙ୍କୁ ଖୁସି କରିବାକୁ ନାଚିଲେ ଡାକ୍ତର ଓ ନର୍ସ, ଡ୍ୟାନ୍ସ ଦେଖୀ ନିଜେ କରୋରା ରୋଗୀ ବି ମାରିଲେ ଠୁମକା

ସମ୍ବଲପୁର (କେନ୍ୟୁଜ) : ଏବେର କରୋନା ସ୍ଥିତି ଯେମିତି ଅସମ୍ଭାଳ ହୋଇପଡିଛି ଅଧିକାଂଶ ଲୋକ ତ ନିଜକୁ କରୋନା ପଜିଟିଭ୍‌ ଜାଣିବା ପରେ ସେହି କଥାକୁ ଭାବି ଭାବି ହିଁ ଅଧିକ ଗୁରୁତର ହୋଇପଡୁଛନ୍ତି। ଯେ ହସ୍ପିଟାଲରେ ରୋଗୀକୁ ଭଲ ଚିକିତ୍ସା ମିଳୁନାହିଁ, ଅକ୍ସିଜେନର ଅଭାବ ରହୁଛି। ଏମିତି ଅନେକ କଥା ଆସୁଛି ମନକୁ। ତେବେ ଏହାରି ଭିତରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣଙ୍କ ଭାବନାକୁ ଏକଦମ୍‌ ବଦଳାଇଦେବ ଏବଂ ଏଭଳି ପରିସ୍ଥିତିରେ ଏହି ଭିଡିଓ ଆପଣଙ୍କ ମନୋବଳକୁ ନିହାତି ଭାବେ ବଢ଼ାଇଦେବ।

ବର୍ତ୍ତମାନ କରୋନା ମହାମାରୀ ଗୋଟାଏ ପରେ ଗୋଟିଏ ମୁଣ୍ଡ ଗଡାଉଥିବା ବେଳେ ଶତାଧିକ ସଂଖ୍ୟାରେ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି କ୍ଷେତ୍ରରେ ଅନେକ ରୋଗୀ ଡାକ୍ତରୀ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ଆଉ କିଛି ରୋଗୀ ଭଗବାନଙ୍କ ଭରସାରେ ରହୁଛନ୍ତି। ଏମିତି ପରିସ୍ଥିତିରେ ରୋଗୀଙ୍କ ମନବଳକୁ ବଢ଼ାଇବା ପାଇଁ ଡାକ୍ତର ଚିକିତ୍ସିତ ହେଉଥିବା କୋଭିଡ ଆକ୍ରାନ୍ତଙ୍କ ମୁହଁରେ କିଛି ମାତ୍ରାରେ ହସ ଫୁଟାଇବାକୁ ସାମାନ୍ୟ ଚେଷ୍ଟା କରିଛନ୍ତି।

ଏଭଳି ଏକ ଭିଡିଓ ବର୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ବୁର୍ଲା ଭୀମସାର କୋଭିଡ ହସ୍ପିଟାଲ ୨ ର ବୋଲି ଚର୍ଚ୍ଚା ହେଉଛି। ତେବେ ଏଭଳି ଭିଡ଼ିଓକୁ ଦେଖି ସାମାଜିକ ଗଣମାଧ୍ୟମରେ ଡାକ୍ତର ଏବଂ ନର୍ସ ମାନଙ୍କୁ ବେସ ପ୍ରଶଂସା କରିଛନ୍ତି କିଛି ଲୋକ।ଯେଉଁଠି କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ନର୍ସ ରୋଗୀଙ୍କୁ ସାମାନ୍ୟ ଅସ୍ବସ୍ତି ଦେବା ପାଇଁ ନିଜେ ନାଚିଛନ୍ତି। ନିଜେ ନାଚିବା ସହିତ ରୋଗୀଙ୍କୁ ମଧ୍ୟ ହସାଇବାକୁ ଚେଷ୍ଟା କରିଛନ୍ତି। ଜଣେ ମହିଳା ରୋଗୀ ମଧ୍ୟ ନିଜକୁ ଆସ୍ବସ୍ତି ଦେବା ପାଇଁ ନାଚକୁ ଉପଭୋଗ କରୁଥିବା ସହ ନିଜେ ମଧ୍ୟ ହସପିଟାଲ ବେଡରେ ଶୋଇ ଠୁମକା ମାରୁଛନ୍ତି। ଏ ଦୃଶ୍ୟୃ ବେଶ୍‌ ଖୁସି କରିଛି ସମସ୍ତଙ୍କୁ।

ଗତକାଲି ଭିମସାରରେ ଜଣେ କୋଭିଡ ଆକ୍ରାନ୍ତଙ୍କୁ ତ୍ରୁଟିପୂର୍ଣ୍ଣ ଇଂଜେକସନ ଦିଆଯାଉଥିବା ଅଭିଯୋଗ ହୋଇଥିଲା ଏବଂ ଆକ୍ରାନ୍ତଙ୍କ ସମ୍ପର୍କୀୟ ଭୀମସାର କୋଭିଡ ହସ୍ପିଟାଲ ଭିତରେ ପଶି ହଙ୍ଗାମା କରିଥିଲେ। ଆଉ ଅନ୍ୟପଟେ କୋଭିଡ ଆକ୍ରାନ୍ତଙ୍କ ମୁହଁରେ ସାମାନ୍ୟ ହସ ଫୁଟେଇବାକୁ ଯାଇ କିଛି ଡାକ୍ତର ଓ ନର୍ସ ଏଭଳି କିଛି ଡ୍ୟାନ୍ସ କରି ରୋଗୀଙ୍କ ମୁହଁରେ କିଛି ମାତ୍ରାରେ ଖୁସି ଦେବାକୁ ଚେଷ୍ଟା କରିଛନ୍ତି। ଆମେ ମଧ୍ୟ ଏହି ଯୋଦ୍ଧାଙ୍କର ଏଭଳି ପ୍ରୟାସକୁ ସଲାମ କରୁଛୁ।

 

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

10 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

43 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

45 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

51 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago