ରାଜ୍ୟ

ଦୀର୍ଘ ୫ ବର୍ଷ ଧରି ରୋଗୀଙ୍କ ସେବା କରି ସୁସ୍ଥ କରାଇଲେ ଡାକ୍ତର ଏବଂ ନର୍ସ, ଏବେ ଘରକୁ ଯିବାକୁ ନାରାଜ୍ ପୁଷ୍ପା

ସମ୍ବଲପୁର(କେନ୍ଯୁଜ୍): ଏବେବି ସମାଜରେ ବଂଚି ରହିଛି ମଣିଷ ପଣିଆ । ସମୟ ଏମିତି ଆସିଲା ପରିବାର ଲୋକେ ଭୁଲିଗଲେ ହେଲେ ଆପଣେଇ ନେଲେ ଅଚିହ୍ନଆ ମୁହଁ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଦୀର୍ଘ ୫ ବର୍ଷ ହେଲାଣି ବୁର୍ଲା ଭୀମସାରର ମେଡ଼ିସିନ ୱାର୍ଡରେ ଜଣେ ରୋଗୀଙ୍କୁ ସେବା କରି ଆସୁଛନ୍ତି କିଛି ଡାକ୍ତର ଏବଂ ନର୍ସ। ଦିନ ରାତି ଏକ କରି ଦେଇଛନ୍ତି ଏହି ରୋଗୀଙ୍କ ସେବାରେ। ସୂଚନା ମୁତାବକ ୨୦୧୬ ମସିହାରେ ପୁଷ୍ପା ନାଏକଙ୍କୁ ବୁର୍ଲା ମେଡିକାଲରେ ତାଙ୍କ ପରିବାର ବର୍ଗ ଛାଡି ପଳାଇଥିଲେ। ମହିଳା ଜଣଙ୍କ ପକ୍ଷାଘାତ ରୋଗରେ ପୀଡିତ ଥିବା ବେଳେ ଡାକ୍ତରମାନେ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କ ପାଖରେ ସବୁବେଳେ ଜଣେ ବରିଷ୍ଠ ଆବାସିକ ଡାକ୍ତର ଓ କିଛି ପିଜି ଛାତ୍ର, ରହି ତାଙ୍କର ସେବା ଆରମ୍ଭ କରିଥିଲେ। ଧୀରେ ଧୀରେ ପୁଷ୍ପାଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧୁରିବାରେ ଲାଗିଲା।

ପ୍ରାୟ ୫ ବର୍ଷ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ପୁଷ୍ପା। ହେଲେ ଏବେ ସେ ଆଉ ତାଙ୍କ ଘରକୁ ଫେରିବାକୁ ଇଚ୍ଛା କରୁନାହାନ୍ତି। ଯେଉଁ ପରିବାର ତାଙ୍କୁ ତୁଚ୍ଛ ଭାବି ହସ୍ପିଟାଲରେ ଫୋପାଡ଼ି ଦେଇ ଯାଇଥିଲେ ସେହି ପରିବାରକୁ ଆଉ ଫେରିବାକୁ ଚାହୁଁନାହାନ୍ତି ପୁଷ୍ପା । ଦୀର୍ଘ ୫ବର୍ଷ ସେବା କରିଥିବା ଡାକ୍ତରମାନେ ମଧ୍ୟ ପୁଷ୍ପାଙ୍କୁ ତାଙ୍କ ପରିବାରର ଏକ ସଦସ୍ୟ ଭାବେ ଗ୍ରହଣ କରିନେଇଛନ୍ତି। ଭଲମନ୍ଦ ଖାଇବା, ନୂଆ କପଡା ସବୁ ଏହି ଡାକ୍ତରମାନେ ପୁଷ୍ପାଙ୍କୁ ଦେଉଛନ୍ତି। ପୁଷ୍ପା ଭଲ ହେବା ପରେ ଏହିଠାରେ ରହି ରୋଗୀସେବାରେ ମନନିବେଶ କରିବେ ବୋଲି କହିଛନ୍ତି ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago