Below header

ଦୀର୍ଘ ୫ ବର୍ଷ ଧରି ରୋଗୀଙ୍କ ସେବା କରି ସୁସ୍ଥ କରାଇଲେ ଡାକ୍ତର ଏବଂ ନର୍ସ, ଏବେ ଘରକୁ ଯିବାକୁ ନାରାଜ୍ ପୁଷ୍ପା

ସମ୍ବଲପୁର(କେନ୍ଯୁଜ୍): ଏବେବି ସମାଜରେ ବଂଚି ରହିଛି ମଣିଷ ପଣିଆ । ସମୟ ଏମିତି ଆସିଲା ପରିବାର ଲୋକେ ଭୁଲିଗଲେ ହେଲେ ଆପଣେଇ ନେଲେ ଅଚିହ୍ନଆ ମୁହଁ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଦୀର୍ଘ ୫ ବର୍ଷ ହେଲାଣି ବୁର୍ଲା ଭୀମସାରର ମେଡ଼ିସିନ ୱାର୍ଡରେ ଜଣେ ରୋଗୀଙ୍କୁ ସେବା କରି ଆସୁଛନ୍ତି କିଛି ଡାକ୍ତର ଏବଂ ନର୍ସ। ଦିନ ରାତି ଏକ କରି ଦେଇଛନ୍ତି ଏହି ରୋଗୀଙ୍କ ସେବାରେ। ସୂଚନା ମୁତାବକ ୨୦୧୬ ମସିହାରେ ପୁଷ୍ପା ନାଏକଙ୍କୁ ବୁର୍ଲା ମେଡିକାଲରେ ତାଙ୍କ ପରିବାର ବର୍ଗ ଛାଡି ପଳାଇଥିଲେ। ମହିଳା ଜଣଙ୍କ ପକ୍ଷାଘାତ ରୋଗରେ ପୀଡିତ ଥିବା ବେଳେ ଡାକ୍ତରମାନେ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କ ପାଖରେ ସବୁବେଳେ ଜଣେ ବରିଷ୍ଠ ଆବାସିକ ଡାକ୍ତର ଓ କିଛି ପିଜି ଛାତ୍ର, ରହି ତାଙ୍କର ସେବା ଆରମ୍ଭ କରିଥିଲେ। ଧୀରେ ଧୀରେ ପୁଷ୍ପାଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧୁରିବାରେ ଲାଗିଲା।

hospital burlaପ୍ରାୟ ୫ ବର୍ଷ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ପୁଷ୍ପା। ହେଲେ ଏବେ ସେ ଆଉ ତାଙ୍କ ଘରକୁ ଫେରିବାକୁ ଇଚ୍ଛା କରୁନାହାନ୍ତି। ଯେଉଁ ପରିବାର ତାଙ୍କୁ ତୁଚ୍ଛ ଭାବି ହସ୍ପିଟାଲରେ ଫୋପାଡ଼ି ଦେଇ ଯାଇଥିଲେ ସେହି ପରିବାରକୁ ଆଉ ଫେରିବାକୁ ଚାହୁଁନାହାନ୍ତି ପୁଷ୍ପା । ଦୀର୍ଘ ୫ବର୍ଷ ସେବା କରିଥିବା ଡାକ୍ତରମାନେ ମଧ୍ୟ ପୁଷ୍ପାଙ୍କୁ ତାଙ୍କ ପରିବାରର ଏକ ସଦସ୍ୟ ଭାବେ ଗ୍ରହଣ କରିନେଇଛନ୍ତି। ଭଲମନ୍ଦ ଖାଇବା, ନୂଆ କପଡା ସବୁ ଏହି ଡାକ୍ତରମାନେ ପୁଷ୍ପାଙ୍କୁ ଦେଉଛନ୍ତି। ପୁଷ୍ପା ଭଲ ହେବା ପରେ ଏହିଠାରେ ରହି ରୋଗୀସେବାରେ ମନନିବେଶ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.