ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ସ୍ଥିତି ବେହାଲ: ୨୬ଟି ଅଞ୍ଚଳ ଜଳବନ୍ଦୀ, ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଲା ବିଏମସି

କରୋନା ପରେ ଏବେ ବର୍ଷା ମୁମ୍ବାଇ ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରବଳ ବର୍ଷା ହେତୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ମୁମ୍ବାଇ ଓ ଥାନେ ଅଞ୍ଚଳରେ ସର୍ତକତା ଜାରି କରାଯାଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଏହାର ଉପକଣ୍ଠରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ବର୍ଷାରେ ମୁମ୍ବାଇର ୨୬ଟି ଅଞ୍ଚଳ ଜଳମଗ୍ନ ହେବା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗୋରେଗାଓଁ, କିଙ୍ଗ ସର୍କଲ, ଦାଦର, ଶିବାଜୀ ଚୌକ, ବାନ୍ଦ୍ରା ଟକିଜ୍‌, ସାୟନ ରୋଡ ଇତ୍ୟାଦି ଅଞ୍ଚଳରେ ପାଣି ଭରି ରହିଛି। ସକାଳରେ େଓ୍ଵଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇେଓ୍ଵରେ ପ୍ରବଳ ବର୍ଷା ଯୋଗୁଁ କାନ୍ଦୀବଲୀ ଅଞ୍ଚଳରେ ଲ୍ୟାଣ୍ଡସ୍ଲାଇଡ ଘଟଣା ହୋଇଥିବା ଜଣାପଡିଛି।

ଅନେକ ଅଞ୍ଚଳରେ ଗାଡି ସବୁ ପାଣିରେ ବୁଡି ରହିଥିବା ମଧ୍ୟ ଖବର ମିଳିଛି। ଲୋକାଲ ଗାର୍ଡଙ୍କ ସାହାଯ୍ୟରେ ଫସିଥିବା ଲୋକଙ୍କୁ ପାଣିରୁ ଉଦ୍ଧାର କରାଯାଉଛି। ରେଲେଓ୍ଵ ଟ୍ରାକରେ ପାଣି ଭରି ରହିଥିବାରୁ ଲୋକାଲ ଟ୍ରେନ ମଧ୍ୟ ବନ୍ଦ ପଡିଛି। ଏହାଛଡା ବସ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି।

mumbai 1

ଉଲ୍ଲେଖଯୋଗ୍ୟ, ଆରବ ସାଗରରେ ମୌସୁମୀ ସକ୍ରିୟ ହେବା କାରଣରୁ ସୋମବାରଠାରୁ ମୁମ୍ବାଇରେ ବର୍ଷା ହେବା ଆରମ୍ଭ ହୋଇଛି। ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ଓ ଥାନେର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା କାରଣରୁ ଆନକ ସେବା ବ୍ୟାହାତ ହୋଇଛି।

Leave A Reply

Your email address will not be published.