କୁଚିଣ୍ଡା (କେ ନ୍ୟୁଜ୍) : ଏମିତି ଘଟିଲା ଦୁର୍ଘଟଣା । ଗାଡ଼ି ଚଳାଉଥିବା ଡ୍ରାଇଭର ସେହି ଗାଡ଼ି ତଳେ ପଡ଼ି ମୃତ୍ୟୁବରଣ କଲେ । କୁଚିଣ୍ଡା ଉପକଣ୍ଠ ସାହୁ କଲୋନୀ ନିକଟ ରାମଜୀ ପଡ଼ାରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଚାଳକ ବିଶୁ ସିଂହଙ୍କ ମୃତ୍ୟୁ ଘଟିଛି । ସେ ଟ୍ରାକ୍ଟରରେ ବିଦ୍ୟୁତ୍ ଖୁଣ୍ଟି ନେଇ ଯାଉଥିବା ବେଳେ କାଦୁଅ ଭିତରେ ଫସି ଯାଇ ଗାଡ଼ିଟି ଓଲଟି ପଡ଼ିଥିଲା । ତା ତଳେ ସେ ଚାପି ହୋଇଯାଇଥିଲେ । କୁଚିଣ୍ଡା ପୋଲିସ୍ ଖବର ପାଇ ଜେସିବ ସହାୟତାରେ ଟ୍ରାକ୍ଟରକୁ ଉଠାଇ ବିଶୁଙ୍କୁ ଉଦ୍ଧାର କରିଥିଲା । ତେବେ ତାଙ୍କୁ ଡାକ୍ତରଖାନାକୁ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଶୁଙ୍କ ଘର ଢେଙ୍କାନାଳରେ ବୋଲି ସୂଚନା ମିଳିଛି ।
ରିଲାଏନ୍ସ ଜିଓ ନିଜର ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍ ଆଣିଥାଏ ।…
ଚଳିତ ବର୍ଷର ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା ପାର୍ଟ ୧’କୁ ନେଇ ଖୁବ୍…
ସ୍ଵାଧୀନତାର ୭୬ ବର୍ଷ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ । ଆଲୁଅ ବିନା ଘର ଠୁ…
କନ୍ଧମାଳ(କେନ୍ୟୁଜ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅନେକ ଲୋକ l ଫୁଲବାଣୀ ପୌର…
ଫ୍ଲୋରିଡାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ଟି୨୦ ବିଶ୍ୱକପ ଉପରେ ପ୍ରଭାବ ପଡିପାରେ ।…
କଟକ (କେନ୍ୟୁଜ): ଫୁଟିଲା ବୋମା । ହାବିଲଦାର ମୃତ । କଟକ ସଦର ଥାନା କାଠଯୋଡ଼ି ନଦୀପଠାରେ କମିଶନରେଟ ପୋଲିସର…