ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

କୁଚିଣ୍ଡା (କେ ନ୍ୟୁଜ୍‌) : ଏମିତି ଘଟିଲା ଦୁର୍ଘଟଣା । ଗାଡ଼ି ଚଳାଉଥିବା ଡ୍ରାଇଭର ସେହି ଗାଡ଼ି ତଳେ ପଡ଼ି ମୃତ୍ୟୁବରଣ କଲେ । କୁଚିଣ୍ଡା ଉପକଣ୍ଠ ସାହୁ କଲୋନୀ ନିକଟ ରାମଜୀ ପଡ଼ାରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଚାଳକ ବିଶୁ ସିଂହଙ୍କ ମୃତ୍ୟୁ ଘଟିଛି । ସେ ଟ୍ରାକ୍ଟରରେ ବିଦ୍ୟୁତ୍‌ ଖୁଣ୍ଟି ନେଇ ଯାଉଥିବା ବେଳେ କାଦୁଅ ଭିତରେ ଫସି ଯାଇ ଗାଡ଼ିଟି ଓଲଟି ପଡ଼ିଥିଲା । ତା ତଳେ ସେ ଚାପି ହୋଇଯାଇଥିଲେ । କୁଚିଣ୍ଡା ପୋଲିସ୍‌ ଖବର ପାଇ ଜେସିବ ସହାୟତାରେ ଟ୍ରାକ୍ଟରକୁ ଉଠାଇ ବିଶୁଙ୍କୁ ଉଦ୍ଧାର କରିଥିଲା । ତେବେ ତାଙ୍କୁ ଡାକ୍ତରଖାନାକୁ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଶୁଙ୍କ ଘର ଢେଙ୍କାନାଳରେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.