Below header

କରୋନା ପାଇଁ କଟକଣା, ଆସନ୍ତାକାଲିଠୁ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ

ପୁରୀ: ଶେଷରେ ଜଗା ବି ହାତ ଛାଡ଼ି ଦେଲା । କରୋନା ପାଇଁ ଏବେ ଆଉ ଦର୍ଶନ ଦେବେନି ଶ୍ରୀଜୀଉ । ଆସନ୍ତାକାଲିଠୁ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ। କରୋନା ପାଇଁ ଏହି କଟକଣା ଲଗାଯାଇଛି। କେବଳ ସେବା ଓ ପୂଜାନୀତି ପାଇଁ ସେବାୟତ ମନ୍ଦିର ଭିତରକୁ ଯିବେ। ସେବାୟତଙ୍କ ପରିବାର ବର୍ଗ,ଭକ୍ତ, ଶ୍ରଦ୍ଧାଳୁଙ୍କ ପ୍ରବେଶ ସହ ଦର୍ଶନ ମନା କରାଯାଇଛି। ସେବାୟତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଏହି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.