ରାଜ୍ୟ

ଦମ୍ପତିଙ୍କୁ ଧକ୍କା ଦେଲା ଡମ୍ଫର : ଛିଣ୍ଡି ଗଲା ସ୍ୱାମୀର ହାତ, ସ୍ତ୍ରୀ ମୃତ

ଜଳେଶ୍ୱର (କେନ୍ୟୁଜ): ଶାଶୁଙ୍କ ଶ୍ରାଦ୍ଧ ଉତ୍ସବ ରେ ଯୋଗଦେବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ସ୍ବାମୀ -ସ୍ତ୍ରୀ। ଦୁର୍ଘଟଣାରେ ସ୍ବାମୀଙ୍କ ହାତ ଛିଣ୍ତି ବାହାରି ଯାଇଥିବା ବେଳେ ସ୍ତ୍ରୀଙ୍କ ଦୁଇଟି ଗୋଡ କଟି ଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ମୃତ୍ଯୁ ବରଣ କରିଥିବା ବେଳେ ସ୍ବାମୀ ଜୀବନ ମରଣ ସହ ସଘଂର୍ଷ କରୁଛନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ କମର୍ଦ୍ଦା – ଚନ୍ଦନେଶ୍ବର ମୁଖ୍ଯ ରାସ୍ତର ଥାନା ଛକ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା।

ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ରସଲପୁର ଗ୍ରାମର ଅଚିନ୍ତ ଦାସ ମହାପାତ୍ର ଓ ତାଙ୍କ ସ୍ତ୍ରୀ ଜୟଶ୍ରୀ ଦାସ ମହାପାତ୍ର ଦୁହେଁ ଏକ ସ୍କୁଟିରେ କାଳେହି ସ୍ଥିତ ଶଶୁର ଘରକୁ ଶାଶୁଙ୍କ ଶ୍ରାଦ୍ଧ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ଥାନା ଛକ ନିକଟରେ ପଛପଟୁ ଦ୍ରୁତତଗତିରେ ଆସୁଥିବା ଏକ ଡମ୍ଫର ସ୍କୁଟିକୁ ଧକ୍କା ଦେଇ ଉଭୟଙ୍କ ଉପରେ ଚଢି ଯାଇଥିଲା। ଫଳରେ ଅଚିନ୍ତଙ୍କ ଗୋଟିଏ ହାତ ଛିଣ୍ତି ସମ୍ପୂର୍ଣ୍ଣ ବାହାରି ଯାଇଥିବା ବେଳେ ଜୟଶ୍ରୀଙ୍କ ଦୁଇଟି ଗୋଡ ଶରୀରରୁ ଅଲଗା ହୋଇଯାଇଛି।

ତେବେ ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ହେଲ୍ପରକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ସ୍ତ୍ରୀ ଜୟଶ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଛି । ଅଚିନ୍ତଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଜଣାପଡିଛି। ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦମ୍ପତିଙ୍କର ଦୁଇ ଜଣ ପୁଅ ଥିବା ଜଣା ପଡିଛି। ଅଚିନ୍ତ ସ୍ଥାନୀୟ ରସଲପୁର ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁ ଥିବାବେଳେ ତାଙ୍କ ସ୍ତ୍ରୀ ଅଙ୍ଗନବାଡି କର୍ମୀ ଥିବା ଜଣାପଡିଛି। ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଗୁଡିକ ଜବତ କରିବା ସହ ଡମ୍ପରର ହେଲପରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

 

Barsha

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

5 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

49 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

57 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago