ଦେଶ ବିଦେଶ

ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଲେ ଓ ସହଯୋଗ ଲୋଡିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏପରି କଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀ ପାଲାମ ବିମାନ ବନ୍ଦରରୁ ଉଦବୋଧନ ଦେଇ ଦିଲ୍ଳୀବାସୀଙ୍କୁ କ୍ଷମା ମାଗିବା ସହ ଜି-୨୦ ସମ୍ମିଳନୀ ପାଇଁ ତାଙ୍କର ସହଯୋଗ ଲୋଡିଛନ୍ତି । ମୋଦି କହିଥିଲେ‘ ମୁଁ ଦିଲ୍ଲୀବାସୀଙ୍କୁ ଆଗତୁରା କ୍ଷମା ମାଗିନେଉଛି । କାରଣ ଆଗାମୀ ୯ ଓ ୧୦ ତାରିଖରେ ଦିଲ୍ଳୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଳୀବାସୀଙ୍କୁ କିଛିଟା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ଜି-୨୦ ସମ୍ମିଳନୀ ପାଇଁ ବିଭିନ୍ନ ଦେଶରୁ ଅତିଥିମାନେ ଆସୁଥିବାରୁ ଭାରତର ସମ୍ମାନ ରକ୍ଷା କରିବା ଏବଂ ଅତିଥିମାନଙ୍କୁ ଆତିଥ୍ୟ ପ୍ରଦାନରେ ଯେପରି ଦିଲ୍ଲୀବାସୀ ଉଣା ନକରନ୍ତି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ସମ୍ମିଳନୀ ଦୃଷ୍ଟିରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯିବା ସହ କେତେକ ରାସ୍ତାକୁ ବନ୍ଦ କରିଦିଆଯିବ ।

ଏହି ସମୟରେ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ କରିବା ସହ କେତେକ ମେଟ୍ରୋ ଷ୍ଟେସନକୁ ମଧ୍ୟ ବନ୍ଦ ରଖାଯିବ । ଫଳରେ ଦିଲ୍ଳୀବାସୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ କିଛିଟା ଅସୁବିଧାର ସାମ୍ନା କରିବାକୁ ପଡିପାରେ । ହେଲେ ଭାରତର ସମ୍ମାନ ଦୃଷ୍ଟିରୁ ଦିଲ୍ଲୀବାସୀଙ୍କର ଉତ୍ତରଦାୟିତ୍ୱ ରହିଛି ଓ ସେମାନେ ଏଥିରେ ସହଯୋଗ କରିବାକୁ ଆଶା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ସାରା ବିଶ୍ୱ ଏବେ ଭାରତର ବୃଦ୍ଧିପାଉଥିବା କ୍ଷମତାକୁ ଉପଲବ୍ଧୀ କରୁଛି । ଯେଉଁଥିପାଇଁ ଦିଲ୍ଲୀରେ ହେଉଥିବା ଜି-୨୦ ସମ୍ମିଳନୀକୁ ସାରା ବିଶ୍ୱର ନେତାମାନେ ଆସୁଛନ୍ତି । ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ଟ୍ରାଫିକ ନିୟନ୍ତ୍ରଣରେ କଡ଼ା ପଦକ୍ଷେପ ନିଆଯାଉଥିବାରୁ ଦିଲ୍ଲୀବାସୀ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେବେ । ସେଥିପାଇଁ ମୁଁ ଆଗତୁରା ଦିଲ୍ଲୀବାସୀଙ୍କ ଠାରୁ କ୍ଷମା ମାଗିନେଉଛି ।

ସାଧାରଣତଃ ଆମ ଘରେ ଯେତେବେଳେ ୪-୫ ଜଣ ଅତିଥି ପହଞ୍ଚି ଯାଆନ୍ତି, ଆମେ ତାଙ୍କ ସୋଫା ଦେଇ ଛୋଟ ଚେୟାରରେ ଆମେ କାମ ଚଳାଇ ନେଇଥାଉ । ଆମ ପରମ୍ପରାରେ ‘ଅତିଥି ଦେବ ଭବ’ (ଅତିଥି ଭଗବାନ) ବୋଲି ମାନିଥାଉ । ଜି-୨୦ ସମ୍ମିଳନୀ ପାଇଁ ଆମ ଦେଶକୁ ଆସୁଥିବା ଅତିଥିମାନଙ୍କ ସେବା ପାଇଁ ଆମକୁ କିଛି ଅସୁବିଧା ସହିନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଳୀବାସୀଙ୍କୁ ଅନୁରୋଧ କରିଥିଲେ ।

Niharanjan

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

2 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

27 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

37 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago