ରାଜ୍ୟ

ନ୍ୟାସନାଲ ଏଗ୍ କୋଅର୍ଡିନେସନ କମିଟିର ବ୍ରହ୍ମପୁର ଜୋନ କାର୍ଯ୍ୟାଳୟରେ ତାଲା ପକାଇଲେ ଗଞ୍ଜାମ ଜିଲ୍ଲା ଅଣ୍ଡା ଚାଷୀ

ବ୍ରହ୍ମପୁର (କେନ୍ୟୁଜ୍): ଏନଇସିସି (ନ୍ୟାସନାଲ ଏଗ୍ କୋଅର୍ଡିନେସନ କମିଟି) ତାର ଲକ୍ଷ୍ୟରୁ ବିଚ୍ୟୁତ ହୋଇଥିବା ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ଲେୟର ଆସୋସିଏସନ । ଏନଇସିସି ଗଠନ ବେଳେ କିଭଳି କୁକୁଡ଼ା ଅଣ୍ଡା ଉତ୍ପାଦନ କରୁଥିବା ଚାଷୀ ଲାଭବାନ ହୋଇ ପାରିବେ ଏଥିପାଇଁ ‘ମାଇଁ ଏଗ୍ ମାଇଁ ପ୍ରାଇସ୍’ ଢାଞ୍ଚାରେ କରିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହାକୁ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛି ଆସୋସିଏସନ ।

ଏନ୍‌ଇସିସି କମିଟି କିଛି ଅସାଧୁ ଟ୍ରେଡର୍ସମାନଙ୍କ ସହ ମିଶି ଅଣ୍ଡା ଦରକୁ କମ୍‌ ଧାର୍ଯ୍ୟ କରୁଥିବା ଓ ଚାଷୀମାନଙ୍କ ଠାରୁ କିଣୁଥିବା ଅଭିଯୋଗ ହୋଇଛି । ଏପରିକି ଗୋଟିଏ ଅଣ୍ଡାର ମୂଲ୍ୟ ଏକ ଟଙ୍କା ତିରିଶି ପଇସା ଧାର୍ଯ୍ୟ କରୁଥିବା ବେଳେ ଚାଷୀମାନଙ୍କୁ ପ୍ରାୟ ୧ ଟଙ୍କା ୪୦ ପଇସା କ୍ଷତି ସହିବାକୁ ପଡୁଛି । ଏହାକୁ ବିରୋଧ କରି ଗଞ୍ଜାମ ଜିଲ୍ଲାର ଅଣ୍ଡା ଚାଷୀମାନେ ଆଜି ବ୍ରହ୍ମପୁର ଆମ୍ୱପୁଆ ବିବେକ୍ ବିହାର ଠାରେ ଥିବା ନ୍ୟାସନାଲ ଏଗ୍ କୋଅର୍ଡିନେସନ କମିଟିର ଓଡିଶା ଚାପଟର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । କାର୍ଯ୍ୟାଳୟରେ କାର୍ଯ୍ୟରତ ଚେୟାରମ୍ୟାନଙ୍କୁ ମଧ୍ୟ ବାହାରକୁ ନେଇ ଆସିଥିଲେ । ଦାବି ପୂରଣ ନହେବା ଯାଏଁ କାର୍ଯ୍ୟାଳୟ ଖୋଲାଯିବାକୁ ଦିଆଯିବନି ବୋଲି ମଧ୍ୟ ଅଣ୍ଡା ଚାଷୀ ଚେତାବନୀ ଦେଇଛନ୍ତି ।

ସେପଟେ ଚାଷୀମାନେ ହଠାତ୍ କାର୍ଯ୍ୟାଳୟକୁ ଆସି ତାଲା ପକାଇବା ପରେ ଏନେଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି ଚେୟାରମ୍ୟାନ କହିଛନ୍ତି । ନ୍ୟାଏପଟେ ସନାଲ ଏଗ୍ କୋଅର୍ଡିନେସନ କମିଟି ଧାର୍ଯ୍ୟ ଦରକୁ ନିୟନ୍ତ୍ରଣ ନକଲେ ଆନ୍ଦୋଳନକୁ ତୀବ୍ର କରାଯିବ ଏବଂ ଓଡ଼ିଶା ଲେୟର ଆସୋସିଏସନ ସହ ଆଲୋଚନା କରାଯିବ ବୋଲି ଗଞ୍ଜାମ ଜିଲ୍ଲା ଅଣ୍ଡା ଚାଷୀ କହିଛନ୍ତି ।

ଗଞ୍ଜାମ ଜିଲ୍ଲାରେ ୫୦ରୁ ଅଧିକା ଚାଷୀ ରହିଥିବା ବେଳେ ଦିନକୁ ପ୍ରାୟ ୪୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଏମାନେ କ୍ଷତି ସହୁଥିବାରୁ ଏଭଳି ଆନ୍ଦୋଳନକୁ ଜିଲ୍ଲାର ସମସ୍ତ ଚାଷୀ ସମର୍ଥନ କରିଛନ୍ତି ।

 

KNews Bureau

Recent Posts

ପୋଲ ଉପରୁ ଖସିଲା ବାଇକ୍, ଜଣେ ମୃତ; ଜଣେ ଗୁରୁତର

ସାଲେପୁର (କେନ୍ୟୁଜ): ପୋଲ ଉପରୁ ଖସିଲା ବାଇକ୍ । ଜଣେ ମୃତ, ଜଣେ ଗୁରୁତର । ମାହାଙ୍ଗା ବରଦିଆ ନିକଟ…

2 mins ago

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

17 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

31 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

42 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

50 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago