ସ୍ପେଶାଲ

ଷ୍ଟେସନରେ ଏକ ବୁଲା କୁକୁରକୁ ନିଜ ହାତରେ ଦହି ଭାତ ଖୁଆଉଛନ୍ତି ମହିଳା, ଭାଇରଲ ହେଉଛି ଭିଡିଓ

ଏବେ ବିଭିନ୍ନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଭିଡିଓଟି ପ୍ରକୃତରେ ଏକ ବୁଲା କୁକୁର ଓ ଜଣେ ମହିଳାଙ୍କୁ ନେଇ । ଏକ ରେଳ ପ୍ଲାଟଫର୍ମ ନିକଟରେ ବସି ମହିଳା ଜାଣଙ୍କ ଏକ ବୁଲା କୁକୁରକୁ ଦୀର୍ଘ ସମୟ ଯାଏଁ କଣ ଖୁଆଉଛନ୍ତି । ଭିଡିଓଟିକୁ ଫେସବୁକ ପେଜରେ ଏପ୍ରିଲ ୨୪ ତାରିଖରେ ସେୟାର କରାଯାଇଥିବା ବେଳେ ଏହାକୁ ଏଯାବତ ୪ ହଜାରରୁ ଅଧିକ ସଂଖ୍ୟକ ଲାଇକ୍ସ ବି ମିଳିସାରିଲାଣି । ଏହି ଅଜଣା ମହିଳା ଜଣଙ୍କୁ ଏକ ପ୍ଲାଟ୍ଫର୍ମ କଡରେ ବସି ବୁଲା କୁକୁରଙ୍କୁ ଏକ ପାତ୍ରରେ ଦହି ଭାତ ଖୁଆଉଥିବାର ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ମହିଳା ଜଣଙ୍କ ନିଜ ହାତରେ ବୁଲା କୁକୁରଙ୍କୁ ଦହିଭାତ ଗୋଳାଇ ଖୁଆଉଛନ୍ତି । ଭିଡିଓଟି ପଶ୍ଚିମ ବଙ୍ଗର ଦମଦମ ରେଳ ଷ୍ଟେସନର ବୋଲି ଜଣାଯାଇଛି । ଏମିତିରେ ପାଖଆଖରୁ ଜଣାଯାଇଛିଯେ ସେହି କୁକୁରଟିର ଦହି ଭାତ ବ୍ୟତୀତ ଆଉ କିଛି ଖାଇବା ପସନ୍ଦ ନୁହେଁ । ବୟସ ମାତ୍ର ୫ ବର୍ଷ ହୋଇଥିବା ବେଳେ ତା ନାଁ ହେଉଛି “କୁତୁଷ” ।

 

video credit: In Goa 24X7

ଖାଲି ସେତିକି ନୁହେଁ ମହିଳାଙ୍କ ହାତରୁ ଦହିଭାତ ଖାଇବା ବ୍ୟତୀତ କୁତୁଷ ନାମକ ଏହି କୁକୁରଟିର ଆଉ ଏକ ସଉକ ବି ଅଛି । ଖାଇବା ସମୟରେ ଗୀତଶୁଣିବା ବି ତାର ବହୁତ ପସନ୍ଦ । ପଚରାଉଚୁରାରୁ ଜଣାଯାଇଛିଯେ ମହିଳା ଜଣଙ୍କ ଦିନେ ହଟାତ ଚିନ୍ତା କଲେ କି ସେ ନିଜ ହାତରେ ଖାଇବା ପ୍ରସ୍ତୁତ କରି ଷ୍ଟେସନକୁ ଆସିବେ ଆଉ କୁକୁର ମାନଙ୍କୁ ଖାଇବାକୁ ଦେବେ । ଆଉ ତାହା ପରେ ଆରମ୍ଭ ହୋଇଥିଲା ଏହି ଯାତ୍ରା । ମହିଳା ଜଣଙ୍କ ଦହି ଭାତ ଆଣି ତାକୁ ନିଜ ହାତରେ ଗୋଳାଇ ଗୁଳା ଗୁଳା କରି ତା ପାଟିରେ ଖୁଆଇ ଦେଉଛନ୍ତି । ଏମିତିକି ନିଜ କୋଳରେ ଫୋନ ରଖି ୟୁଟ୍ୟୁବରେ ଗୀତ ଲଗାଇ ତାକୁ ଖୁଆଇ ଦେଉଛନ୍ତି । ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ମଣିଷ କୁକୁରକୁ ନୁହେଁ ଜଣେ ମା’ ତା ଛୁଆକୁ ଖୁଆଇ ଦେଉଛି । ଦିନକୁ ଥରେ କି ଦୁଇ ଥର ନୁହେଁ ତିନି ତିନି ଥର କୁକୁରଙ୍କ ପାଇଁ ଖାଇବା ନେଇ ଆସୁଛନ୍ତି ଏହି ମହିଳା ଜଣଙ୍କ । କିଛି କିଛି ୟୁଜର ମାନେ କମେଣ୍ଟ ବକ୍ସରେ ଲେଖିଛନ୍ତିକି ଏହି ଭିଡିଓଟି କେଉଁ ସ୍ଥାନର ଆଉ ଏହା କେଉଁଠୁ ଆସିଛି । ଯେବେକି ଆଉ ଜଣେ ଲେଖିଛନ୍ତିକି କେହି ଜଣେ ମହିଳା ବୁଲା କୁକୁର ମାନଙ୍କର ଖୁବ ଧ୍ୟାନ ରଖୁଛନ୍ତି । ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

KNews Bureau

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

8 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

17 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

33 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

42 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

50 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago