ଟେକ୍

କେମିତି ହ୍ଵାଟସଆପ ଜରିଆରେ ଟଙ୍କା ହଡପ କରିନେଉଛନ୍ତି ଚୋର, ଏଠାରେ ଜାଣନ୍ତୁ ସବୁକିଛି

ୟୁପିଆଇ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ପାଇଁ ବଢ଼ିଆ ଖରବ। ଏବେ ପୂର୍ବ ଅପେକ୍ଷା ଆହୁରି ବି ସହଜ ହେଲା ଟଙ୍କା ପେମେଣ୍ଟ କରିବା। ଲୋକପ୍ରି୍ରୟ ଆପ୍‌ ତଥା ଫାଷ୍ଟ ମେସେଜିଙ୍ଗ୍‌ ଆପ୍‌ ହ୍ଵାଟସଆପରେ ଟଙ୍କା ପଠାଯାଇପାରୁଛି ଏବଂ ରିସିଭ୍‌ ମଧ୍ୟ କରାଯାଇପାରୁଛି। ଆଉ ଏଥିରେ ଟଙ୍କା ଟ୍ରାନ୍ସଫର ଏବଂ ରିସିଭ୍‌ କରିବା ବି ବହୁତ ସହଜ। ଏଥିପାଇଁ ଆପଣଙ୍କୁ କେବଳ କ୍ୟୁଆର କୋଡ ସ୍କାନ କରିବାକୁ ହେବ, ଆମାଉଣ୍ଟ ଭରିବାକୁ ହେବ ତାପରେ ସେଣ୍ଡ କରିବାକୁ ହେବ। ତେବେ ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ବି ଲାଗିନଥାଏ। ତେବେ ଅନଲାଇନ୍‌ ପେମେଣ୍ଟ କରିବା ଯେତିକି ସହଜ ହେଉଛି ଲୋକମାନଙ୍କୁ ଠକି ଫ୍ରଡ ମାନଙ୍କୁ ମଧ୍ୟ କିଛି ଟଙ୍କା ରୋଜଗାର କରିବାକୁ ଉପାୟ ମିଳିଯାଉଛି।

ଠକାମୀର ଅନେକ ମାମଲା ମଧ୍ୟ ସାମ୍ନାକୁ ଆସୁଛି। ଡିଜିଟାଲ ପେମେଣ୍ଟ ଅଧିକ ରୁ ଅଧିକ ବଢ଼ିବା ସହିତ ଅନଲାଇନ୍‌ ଠକେଇ ମଧ୍ୟ ବଢ଼ି ଚାଲିଛି। ଦର୍ଶକବନ୍ଧୁ କଣ ଆପଣ ଜାଣନ୍ତି ଲୋକଙ୍କୁ ଠକିବାର ସବୁଠାରୁ ଏକ ସାଧାରଣ ଉପାୟ କଣ? ତାହା ହେଉଛି କ୍ୟୁଆର କୋଡ। ତେବେ ଆସନ୍ତୁ ଜାଣିବା ଫ୍ରଡ ମାନେ ଯେଉଁ ଲୋକଙ୍କ ସହ ଠକାମି କରୁଛନ୍ତି ତାହା କେମିତି କରୁଛନ୍ତି। ଯାହା ବିଷୟରେ ଆପଣମାନେ ସମସ୍ତଙ୍କୁ ଜାଣିବା ଦରକାର। ଯାହାଦ୍ୱାରା ପ୍ରତିଦିନ ଟିଭି ଏବଂ ନ୍ୟୁଜପେପରରେ ଠକେଇ ହୋଇଥିବା ଖବର ଠାରୁ ଆପଣ ନିଜକୁ ସୁରକ୍ଷିତ ରଖିପାରିବେ।

ହ୍ଵାଟ୍ସଆପ୍‌ ସ୍କାମ୍‌ : କ୍ୟୁଆରକୋଡ ବିଷୟରେ ଆପଣଙ୍କୁ କେତେ ସତର୍କ ରହିବା ଉଚିତ ଜାଣନ୍ତୁ

ଯେତେବେଳେ ଆପଣ ଦୋକାନରେ, ସାଙ୍ଗସାଥିଙ୍କ ସହ କିମ୍ବା ଅନ୍ୟ କୌଣସି ଜାଗାରେ ଅନଲାଇନ ପେମେଣ୍ଟ କରନ୍ତି ସେତେବେଳେ ଆପଣ କ୍ୟୁଆର କୋଡ ବ୍ୟବହାର କରନ୍ତି। କିନ୍ତୁ ମନେ ରଖନ୍ତୁ ଟଙ୍କା ରିସିଭ୍‌ କରିବାକୁ ଆପଣଙ୍କୁ କୌଣସି କ୍ୟୁଆର କୋଡକୁ ସ୍କାନ କରିବାର ଆବଶ୍ୟକତା ନାହିଁ। କିନ୍ତୁ ଏବେବି ଅନେକ ଲୋକ ଅଛନ୍ତି ଯେଉଁମାନେ ଆଦୌ ସଚେତନ ହେଉନାହାଁନ୍ତି, ଯେଉଁ କାରଣ ପାଇଁ ଠକମାନେ ତାର ଫାଇଦା ଉଠାଉଛନ୍ତି।

ଧରିନିଅନ୍ତୁ ଆପଣ କୌଣସି ପ୍ରଡକ୍ଟକୁ ଅନଲାଇନରେ କୌଣସି େଓ୍ଵବସାଇଟରେ ବିକ୍ରି କରୁଛନ୍ତି, ତେବେ ଆପଣଙ୍କୁ ତାହାର ସମସ୍ତ ଡିଟେଲ୍ସ ପ୍ଲାଟଫର୍ମରେ ଦେବାକୁ ପଡିବ। ଏହାପରେ ଫ୍ରଡଷ୍ଟରମାନେ ଆପଣଙ୍କୁ ଫୋନ କରିପାରନ୍ତି ଏବଂ କଷ୍ଟମରଙ୍କ ଭଳି ଅଭିନୟ କରିପାରନ୍ତି। ଏହାପରେ ସେମାନେ ଆପଣଙ୍କୁ ସମ୍ପୃକ୍ତ ପ୍ରଡକ୍ଟ କିଣିବେ ବୋଲି କନଭିନ୍ସ କରାଇବା ସହ ଆପଣଙ୍କ ପାଖକୁ ସ୍କାନ କରିବା ପାଇଁ ଏକ କ୍ୟୁଆର କୋଡ୍‌ ପଠାଇପାରନ୍ତି। କିନ୍ତୁ ମନେରଖନ୍ତୁ ଦର୍ଶକବନ୍ଧୁ, ଭୁଲରେ ବି ସେହି କ୍ୟୁଆର କୋଡକୁ ସ୍କାନ କରନ୍ତୁନାହିଁ। ନଚେତ ଆପଣଙ୍କ ଆକାଉଣ୍ଟରେ ଥିବା ସମସ୍ତ ବାଲାନ୍ସ ଫ୍ରଡଷ୍ଟରଙ୍କ ଆକାଉଣ୍ଟକୁ ଗୋଟିଏ ମିନିଟରେ ଟ୍ରାନ୍ସଫର ହୋଇଯାଇପାରେ।

ତେଣୁ ଯେଉଁମାନେ ଅନଲାଇନ୍‌ ପେମେଣ୍ଟ କେମିତି କାମ କରେ ଜାଣିନାହାଁନ୍ତି, ସେମାନେ ଠକ ମାନଙ୍କର ଜାଲରେ ପଡିପାରନ୍ତି ଏବଂ ଟଙ୍କା ହରାଇପାରନ୍ତି। ଆଉ ଏହା ହେଉଛି ଫ୍ରଡଷ୍ଟର ମାନଙ୍କର ବହୁତ ପପୁଲାର ଟ୍ରିକ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେଫ୍ରଡଷ୍ଟର ମାନଙ୍କୁ ସାଧାରଣ ଲୋକଙ୍କୁ ଠକିବାର ତରିକା ବହୁତ ଭଲଭାବେ ଜଣାଅଛି ଆଉ ଏମାନେ ଭିନ୍ନ ଭିନ୍ନ ତରିକା ଆପଣାନ୍ତି ଲୋକଙ୍କୁ ଠକିବାକୁ। ତେଣୁ ଏଭଳି ସ୍ଥିତିରେ ଆପଣଙ୍କୁ ବିଶେଷ ସତର୍କ ଆଉ ସଚେତନ ରହିବା ଜରୁରୀ। ଯଦି ଆପଣ ଅନଲାଇନ ପେମେଣ୍ଟ ବିଷୟରେ ସଠିକ ଭାବେ ଜାଣିନାହାଁନ୍ତି ତାହେଲେ ଶିଖନ୍ତୁ କିମ୍ବା ନଗଦ ଟଙ୍କା ଦେବା ନେବା କରନ୍ତୁ।

ଏହାବ୍ୟତୀତ ଯଦି ଆପଣ ହ୍ଵାଟ୍ସଆପରେ କାହାକୁ ପେମେଣ୍ଟ କରୁଛନ୍ତି ତେବେ ପ୍ରଥମେ ସମ୍ପୃକ୍ତ ବ୍ୟକ୍ତିଙ୍କ ପେମେଣ୍ଟ କ୍ୟୁଆର କୋଡ୍‌ ସ୍କାନ କରିବା ପରେ ତାଙ୍କର ନାମ ଏବଂ ୟୁପିଆଇ ଆଇଡିକୁ ଭଲଭାବେ ଚେକ୍‌ କରନ୍ତୁ। କନଫର୍ମ ହେବା ପରେ ହିଁ ଟଙ୍କା ପଠାନ୍ତୁ। ମନେ ରଖନ୍ତୁ ଫ୍ରଡଷ୍ଟରମାନେ ଆପଣଙ୍କୁ ଏକ କ୍ୟୁଆର କୋଡ ପଠାଇ ୟୁପିଆଇ ଆପ୍‌ ଦ୍ୱାରା ଏହି କୋଡକୁ ସ୍କାନ କରିବା ପାଇଁ ପ୍ରବର୍ତ୍ତାଇ ପାରନ୍ତି। ଭୁଲରେ ସେପରି କରନ୍ତୁନାହିଁ କାରଣ ଆପଣ ସ୍କାନିଙ୍ଗ ପରେ MPIN ଦେବା ମାତ୍ରକେ ଆପଣଙ୍କ ଆକାଉଣ୍ଟର ସମସ୍ତ ଟଙ୍କା ଫ୍ରଡଷ୍ଟରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ।

ମନେରଖନ୍ତୁ ଭୁଲରେ ବି କୌଣସି ଅପରିଚିତ ବ୍ୟକ୍ତିଙ୍କ ସହ ନିଜ ହ୍ଵାଟ୍ସଆପ କଣ୍ଟାକ୍ଟ କୋଡ ସେୟାର କରନ୍ତୁନାହିଁ। ନଚେତ୍‌ ସେମାନେ ଏହାକୁ ବ୍ୟବହାର କରି ଆପଣଙ୍କ କଣ୍ଟାକ୍ଟ ନମ୍ବର ସେଭ୍‌ କରିବା ସହ ଭବିଷ୍ୟତରେ ଏହାକୁ କୌଣସି ଫ୍ରଡ୍‌ ପାଇଁ ବ୍ୟବହାର କରିପାରନ୍ତି।

Pritiparna

Recent Posts

ଶୁନଶାନ୍‌ ରାତିରେ ମନ୍ଦିରରେ ଘଣ୍ଟି ବଜାଇଲା ଭାଲୁ

ଜୟପୁର (କେନ୍ୟୁଜ) : ଏତେ ରାତିରେ କିଏ ବଜାଉଥିଲା ଘଣ୍ଟି । ରାତିରେ ନ ଶୋଇ ଏମିତି କିଏ ଘଣ୍ଟି…

11 mins ago

ବିରାଟଙ୍କ ଟିମ୍‌ ହାରିଯିବା ପରେ ଦୁଃଖରେ ଭାଙ୍ଗିପଡିଲେ ଅନୁଷ୍କା ଶର୍ମା, ଲୋକ କହିଲେ ‘ସବୁବେଳେ ସପୋର୍ଟ କରନ୍ତି’

ବିରାଟ କୋହଲିଙ୍କୁ ସପୋର୍ଟ କରିବା ପାଇଁ ଅନୁଷ୍କା ଶର୍ମା ସବୁବେଳେ ମ୍ୟାଚ ଦେଖିବାକୁ ପହଞ୍ଚିଯାଆନ୍ତି । ଖାସ୍‌ କରି ଆଇପିଏଲ…

26 mins ago

ବେଙ୍ଗାଲୁରୁର ୩ ବଡ଼ ହୋଟେଲକୁ ବୋମା ଧମକ, ପରିସରରେ ଚାଲିଛି ଛାନ୍‌ଭିନ୍‌

କେବଳ ଦିଲ୍ଲୀ ନୁହେଁ, କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ବିଳାସମୟ ହୋଟେଲଗୁଡ଼ିକୁ ମିଳିଛି ବୋମା ଧମକ । ଇମେଲ୍‌ ଜରିଆରେ ବୋମା…

39 mins ago

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଘନୀଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଏବେ ଘନୀଭୂତ ହେଉଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗରେ…

40 mins ago

ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ…

52 mins ago

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି…

58 mins ago