ଟେକ୍

ଯଦି ଆପଣଙ୍କର ଇଲେକଟ୍ରିକ ଗାଡି ଅଛି, ତାହେଲେ ମୁଣ୍ଡରେ ନିଶ୍ଚୟ ରଖନ୍ତୁ ଏହି କଥା

ଇଲେକଟ୍ରିକ ଭେଇକିଲର ଡିମାଣ୍ଡ ଏବେ ବହୁତ ଅଧିକ । ସମୟ ସହିତ ଏହାର ଡିମାଣ୍ଡ ବି ବଢ଼ି ବଢ଼ି ଚାଲିଛି । ଭାରତୀୟ ବଜାରରେ କାର ଠାରୁ ନେଇ ବାଇକ ଏବଂ ସ୍କୁଟରର ବି ଇଲେକଟ୍ରିକ ମଡେଲ ଆସିଗଲାଣି । ସେହିପରି ଏହି ଭେଇକିଲ୍ସକୁ ଚଲାଇବା ସମୟରେ ବହୁତ ସାବଧାନର ଆବଶ୍ୟକତା ରହିଛି । କୌଣସି ବି କାରକୁ ଚଲାଇବା ପାଇଁ ପ୍ରଥମେ ଉତ୍ତମ ଭାବେ ଡ୍ରାଇଭିଙ୍ଗ୍‌ ଆସୁଥିବା ଜରୁରୀ । ଏହାସହିତ ଇଲେକଟ୍ରିକ କାର ଚଲାଇବା ସମୟରେ ଆହୁରି ଅନେକ କଥା ଅଛି ଯାହାକୁ ଧ୍ୟାନରେ ରଖିବା ଜରୁରୀ ।

କୌଣସି ବି ଇଲେକଟ୍ରିକ କାରର ସବୁଠାରୁ ଜରୁରୀ କମ୍ପୋନେଟ ହେଉଛି ସେହି କାରର ବ୍ୟାଟେରୀ । ଇଲେକଟ୍ରିକ କାର ଭଲ ଭାବେ ଚାଲିବାକୁ ହେଲେ ତାର ବ୍ୟାଟେରୀ ଠିକ ରହିବା ଜରୁରୀ । ଯଦି ଆପଣ କାରର ବ୍ୟାଟେରୀକୁ ଠିକ ରଖିବେନାହିଁ, ତାହେଲେ କାରର ପରଫର୍ମାନ୍ସ ଭଲ ହେବନାହିଁ । ଧ୍ୟାନ ରଖିବେ କେବେବି କାରର ବ୍ୟାଟେରୀକୁ ସବୁବେଳେ ଫୁଲ ଚାର୍ଜ କରିବେ ନାହିଁ । କାହିଁକିନା ଓଭର ଚାର୍ଜିଙ୍ଗ କରିବା ଦ୍ୱାରା କାରର ବ୍ୟାଟେରୀ ଖରାପ ହେବାର ଆଶଙ୍କା ରହିଛି । ଏହାଛଡା ଇଲେକଟ୍ରିକ କାର ୧୦ ରୁ ୨୦ ପ୍ରତିଶତ ଚାର୍ଜିଙ୍ଗ ରହିଲେ ପୁଣିଥରେ ଚାର୍ଜ କରିବା ଉଚିତ । ସେହିପରି ୮୦ ପ୍ରତିଶତ ଚାର୍ଜିଙ୍ଗ ହେଲେ ଚାର୍ଜର କନେକସନ୍‌ ବାହାର କରିଦେବା ଉଚିତ ।

ହୋମ୍‌ ଚାର୍ଜିଙ୍ଗ ଭଲ

ଯଦି ଆପଣ ନିଜ କାରକୁ ନିଜ ଘରେ ଚାର୍ଜ କରିବେ ତାହେଲେ ଏହା ବହୁତ ଭଲ ଅପ୍ସନ ହୋଇପାରେଆପଣଙ୍କ ପାଇଁ । ଇଲେକଟ୍ରିକ କାର ଚାର୍ଜ ହେବାକୁ ବହୁତ ସମୟ ଲାଗିଥାଏ। ଆପଣ କାରକୁ ରାତିରେ ଚାର୍ଜିଙ୍ଗରେ ଲଗାଇ ବିନା କୌଣସି ଟେନସନରେ ଶୋଇପାରିବେ ଏବଂ ଯେତେବେଳେ ସକାଳୁ ଉଠିବେ ତ ଆପଣଙ୍କ କାରର ବ୍ୟାଟେରୀ ଫୁଲ ଚାର୍ଜ ହୋଇଯାଇଥିବ । ଯଦି ଆପଣଙ୍କ ପାଖରେ ହୋମ୍‌ ଚାର୍ଜର ଅଛି, ତାହେଲେ ଘରେ ଇଭି ଚାର୍ଜିଙ୍ଗ କରିବା ଦ୍ୱାରା ଆପଣଙ୍କ ଟଙ୍କା ବି କମ୍‌ ଖର୍ଚ୍ଚ ହେବ ।

ବାତାବରଣରୁ ବି ପଡେ ପ୍ରଭାବ

ଇଲେକଟ୍ରିକ କାରର ବ୍ୟାଟେରୀ ଉରେ ପାଣିପାଗ ଏବଂ ବାତାବରଣର ମଧ୍ୟ ବହୁତ ପ୍ରଭାବ ପଡିଥାଏ । ଏହାଦ୍ୱାରା ଗାଡିର ରେଞ୍ଜ ଉପରେ ପ୍ରଭାବ ଦେଖିବାକୁ ମିଳିଥାଏ । ଇଲେକଟ୍ରିକ କାରର ବ୍ୟାଟେରୀରେ ଥର୍ମାଲ ମ୍ୟାନେଜମେଣ୍ଟ ସିଷ୍ଟମ ଲାଗିଥାଏ । ଯାହା ଏହାର ବ୍ୟାଟେରୀକୁ ଅଧିକ ଗରମ ଠାରୁ ର୪ା କରିଥାଏ । କିନ୍ତୁ ଏହାବ୍ୟତୀତ ଇଲେଟ୍ରିକ କାରକୁ ପାର୍କ କରିବା ସମୟରେ ଧ୍ୟାନରେ ରଖନ୍ତୁ ଯେ ଏହାକୁ ଯେପରି ଛାଇ ଯାଗାରେ ରଖିବେ । ଯାହାଦ୍ୱାରା ଗାଡିର ବ୍ୟାଟେରୀ ଓଭରହିଟ୍‌ ହେବନାହିଁ।

ପୂର୍ବରୁ କରନ୍ତୁ ପ୍ଲାନ

କୌଣସି ବି ଟ୍ରିପକୁ ପ୍ଲାନ କରିବା ପୂର୍ବରୁ ନିଜ ରାସ୍ତା ବିଷୟରେ ଭଲଭାବେ ଜାଣିଥିବା ଉଚିତ । ଯାହାଦ୍ୱାରା ଆପଣ ପୂର୍ବରୁ ସୂଚନା ରଖିପାରିବେ ଯେ ରାସ୍ତାରେ ଇଲେକଟ୍ରିକ ଭେଇକିଲ ଚାର୍ଜିଙ୍ଗ କେଉଁଠି ପଡିବ । ଯାହାଦ୍ୱାରା ଆପରଙ୍କୁ ଡ୍ରାଇଭ କରିବାରେ ବ୍ୟାଟେରୀ ସରିବାର କୌଣସି ଚିନ୍ତା ନଥିବ । ଏବଂ ନିଜ ଟ୍ରିପକୁ ଆପଣ ଭଲଭବେ ଏଞ୍ଜୟ କରି ସହଜରେ କାର ଚଲାଇ ପାରିବେ ।

 

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago