ରାଜ୍ୟ

୬ ଘଣ୍ଟା ଧରି ଗାଁରେ ଅଟକ ରହିଲେ କଲେକସନ୍‌ ପାଇଁ ଆସିଥିବା ଫାଇନାନ୍ସ କର୍ମଚାରୀ

ନୀଳଗିରି (କେନ୍ୟୁଜ) : ଟଙ୍କା ମାଗିବାକୁ ଆସି ହଟହଟା ହେଲେ ଫାଇନାନ୍ସ କର୍ମଚାରୀ…୬ ଘଣ୍ଟା ଧରି ଗାଁରେ ଅଟକ ରହିଲେ କଲେକସନ୍‌ ପାଇଁ ଆସିଥିବା କର୍ମଚାରୀ…ଖାତା କ୍ଲୋଜ୍‌ ହେଇଯାଇଛି ତଥାପି ମାଗିବାକୁ ଆସିଥିଲେ ଟଙ୍କା…ଆଜ୍ଞା ଦେଖନ୍ତୁ ଇଏ ହେଉଛନ୍ତି ଫାଇନାନ୍ସ କର୍ମଚାରୀ । ମାଗିବାକୁ ଆସିଥିଲେ ଟଙ୍କା, କିନ୍ତୁ ଗାଁ ଲୋକଙ୍କ ଦ୍ୱାରା ଅଟକ ରହିଲେ ଦିନ ଅଢ଼େଇ ଟାରୁ ରାତି ଯାଏଁ । କିସ୍ତି ଟଙ୍କା କଲେକସନ୍‌ ପାଇଁ ଆସିଥିବା ଏ ଯୁବକଙ୍କୁ ଅଟକ ରଖି ବିଏମକୁ ଡାକ ବୋଲି କହିଲେ ଗାଁ ଲୋକେ । ଫଳରେ ନିଜ କମ୍ପାନୀର ଉପରିସ୍ଥ ସାର ଆସିବା ପର୍ଯ୍ୟନ୍ତ ଅଟକ ରହିଲେ କର୍ମଚାରୀ ।

ତାପରେ କଥା ଏତେ ବାଟ ଗଲା ଯେ ଗାଁରେ ପୋଲିସ ଆସି ପହଁଚିଲା । କଥାବାର୍ତ୍ତା ପଚରାପଚରି ଭିତରେ ଜଣାପଡିଲା ଋଣ ନେଇଥିବା ଲୋକ କେବେ ଠାରୁ ଟଙ୍କା ନେଇ ଆକାଉଣ୍ଟ କ୍ଲୋଜ୍‌ କରିଦେଇଥିଲେ । ତଥାପି ଆହୁରି ଟଙ୍କା ଅଛି କହି ବକେୟା କିସ୍ତି ଟଙ୍କା ତାଙ୍କୁ ମଗାଯାଉଥିଲା । ଏମିତିକି ତାଙ୍କ ଘରକୁ ବି ଆସି ମାଗୁଥିଲେ । କିନ୍ତୁ ସେ ସବୁ ଟଙ୍କା ଦେଇଦେଇଥିବା କହିବା ସହ ମୋବାଇଲରେ ପ୍ରମାଣ ବି ରଖିଛନ୍ତି ।

ନୀଳଗିରି ଥାନା ହାଟସାହି ଗାଁରେ ଘୋରଇ ଫାଇନାନ୍ସ କିସ୍ତି ନେବାକୁ ଆସି ଗାଁ ରେ ୬ ଘଣ୍ଟାଧରି ଅଟକ ରହିଲା ସାଟିନ୍ କମ୍ପାନୀର ଜଣେ କର୍ମଚାରି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେବାରୁ ପୋଲିସ୍ ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।

ସୂଚନା ଯୋଗ୍ୟ କି ହାଟସାହି ଗାଁର ଜୟନ୍ତୀ ପଣ୍ଡିତ ବର୍ଷେ ପୂର୍ବେ ସାର୍ଟିନ କମ୍ପାନୀ ରୁ 45 ହଜାର ଟଙ୍କା ଋଣ ଆଣିଥିଲେ, ପ୍ରତି ମାସ ସୁଝି ସୁଝି ଚାଲିଥିଲା ବେଳେ ଫାଇନାନ୍ସ କର୍ମଚାରୀ ମୃତ୍ୟୁଞ୍ଜୟ ନାୟକ ଏକ କାଳୀନ କିସ୍ତି ସୁଝିବାକୁ କହିଥିଲେ।

କିଛିଦିନ ପରେ ଜୟନ୍ତୀଙ୍କ ପୁଅ ନିର୍ମଳ ପଣ୍ଡିତ ପୋଇସା ସୁଝି ଦେଇଥିବା ବେଳେ ତାଙ୍କ ନାମରେ ପୁଣି ଟଙ୍କା ବାକି ଅଛି କହି କର୍ମଚାରୀ ଜଣକ ୨୧ ହଜାର ଟଙ୍କା ନେଇ ଧରାଛୁଆଁ ଦେଉନଥିଲେ।

ଆଜି ସେହି କମ୍ପାନୀ ର କର୍ମଚାରୀ ଜିତେନ ନାୟକ ଗାଁ କୁ କିସ୍ତି ଟଙ୍କା ମାଗିବାକୁ ଆସିଥିବା ବେଳେ ତାଙ୍କୁ ଗାଁ ଲୋକେ ୬ ଘଣ୍ଟାଧରି ଗାଁରେ ଅଟକ ରଖିଥିଲେ। ଖବର ପାଇ ନୀଳଗିରି ପୋଲିସ୍ ପହଞ୍ଚି କର୍ମଚାରୀ ଜଣକୁ ଉଦ୍ଧାର କରି ଥାନାକୁ ନେଇଥିବା ଦେଖିବାକୁ ମିଳିଛି, ସେପଟେ ନ୍ୟାୟ ପାଇ ପରିବାର ଦାବି କରିଛି।

Pritiparna

Recent Posts

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

2 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

6 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

19 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

36 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago