Categories: ରାଜ୍ୟ

ଆଜି ପବିତ୍ର ଇଦ୍-ଉଲ-ଜୁହା

ଭଦ୍ରକ (କେନ୍ଯୁଜ୍) : ଆଜି ପବିତ୍ର ଇଦ୍-ଉଲ-ଜୁହା। ସକାଳୁ ସମୁହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ଭିଡ ଲାଗିଛି। ପରସ୍ପରକୁ ଇଦ୍ ମୁବାରକ ଜଣାଉଛନ୍ତି ମୁସଲିମ ଧର୍ମାବଲମ୍ବୀ । ଭଦ୍ରକରେ ପବିତ୍ର ଇଦ୍-ଉଲ-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ସକାଳ ୯ଟାରେ ଇଦଗାହ ଠାରେ ସମୂହ ନମାଜପାଠ କରାଯିବ । ପ୍ରାୟ ୧୦ ହଜାରରୁ ଅଧିକ ମୁସଲିମ୍ ଧର୍ମାବଲମ୍ବୀ ଏଠାରେ ଏକାଠି ନମାଜପାଠ କରିବେ ।

ଏହାଛଡା ବିଭିନ୍ନ ମସଜିଦ୍ ଗୁଡ଼ିକରେ ମଧ୍ୟ ନମାଜପାଠ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୩ ଜଣ ଅତିରିକ୍ତ ଏସ୍ପି, ୧୩ ଜଣ ଇନିସ୍ପେକ୍ଟର, ୫୬ ଜଣ ଏଏସ୍ଆଇ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଏଥିସହ ୬ଟି ମୋବାଇଲ ପାଟ୍ରୋଲିଂ ଗାଡ଼ିର ବ୍ୟବସ୍ଥା କରାଯାଇଛି । ସମସ୍ତ ଫୋର୍ସ ଭଦ୍ରକରେ ୩ ଦିନ ପାଇଁ ରହିବେ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି ।

KNews Bureau

Recent Posts

ଦିଲ୍ଲୀ : ମୁଗଡାଲି ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ ମୃତ, ୬ ଗୁରୁତର

ଦିଲ୍ଲୀର ନରେଲାରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୬…

2 mins ago

ଗୋପପୁର ଗାଁରେ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଏ ରଜ ପର୍ବ, ପିଲାଠୁ ବୁଢା ସଭିଏଁ କରନ୍ତି ମଉଜ

ସାଲେପୁର(କେନ୍ୟୁଜ): ରଜ ଓଡ଼ିଶାର ଏକ ମହାନ ଗଣପର୍ବ। ସାଧାରଣତଃ  ୫ ଦିନ ଧରି ପାଳିତ ହୋଇଥାଏ ଏହି ପର୍ବ ।…

5 mins ago

ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ମାଇଁ ଓ ଭଣଜା ମୃତ

ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଧିନସ୍ଥ ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଚନ୍ଦିନିମାଲ ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ…

25 mins ago

ଅତ୍ୟଧିକ ଗରମ ଯୋଗୁଁ ଫାଟିଯିବ ଗାଡ଼ି ଟାୟାର, ଧ୍ୟାନରେ ରଖନ୍ତୁ ଏହି ଜିନିଷ

ବର୍ତ୍ତମାନ ସମଗ୍ର ଦେଶରେ ଅତ୍ୟଧିକ ଗରମ ହେଉଛି ଏବଂ ଏହି ଗରମରେ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ…

56 mins ago

ବିନା ପାରିଶ୍ରମିକରେ ମନ୍ଦିର ଚତୁଃପାର୍ଶ୍ଵରେ ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଲେ ୧୫ଜଣ ଚିତ୍ରକର

ବ୍ରହ୍ମପୁର(କେନ୍ୟୁଜ): କାନ୍ଥରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବାରେ ଲାଗିପଡିଛନ୍ତି ଏହି ଚିତ୍ରକରମାନେ । ପ୍ରଚଣ୍ଡ ରୌଦ୍ର ତାପକୁ…

1 hour ago

ଆଜିଠୁ ଜଳିବ ପଶ୍ଚିମ ଓଡିଶା: ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ହିଟଓ୍ବେଭ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ); ଆଜିଠୁ ଜଳିବ ପଶ୍ଚିମ ଓଡିଶା ।  ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ…

1 hour ago