Below header

ଆଜି ପବିତ୍ର ଇଦ୍-ଉଲ-ଜୁହା

ଭଦ୍ରକ (କେନ୍ଯୁଜ୍) : ଆଜି ପବିତ୍ର ଇଦ୍-ଉଲ-ଜୁହା। ସକାଳୁ ସମୁହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ଭିଡ ଲାଗିଛି। ପରସ୍ପରକୁ ଇଦ୍ ମୁବାରକ ଜଣାଉଛନ୍ତି ମୁସଲିମ ଧର୍ମାବଲମ୍ବୀ । ଭଦ୍ରକରେ ପବିତ୍ର ଇଦ୍-ଉଲ-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ସକାଳ ୯ଟାରେ ଇଦଗାହ ଠାରେ ସମୂହ ନମାଜପାଠ କରାଯିବ । ପ୍ରାୟ ୧୦ ହଜାରରୁ ଅଧିକ ମୁସଲିମ୍ ଧର୍ମାବଲମ୍ବୀ ଏଠାରେ ଏକାଠି ନମାଜପାଠ କରିବେ ।

eid ଏହାଛଡା ବିଭିନ୍ନ ମସଜିଦ୍ ଗୁଡ଼ିକରେ ମଧ୍ୟ ନମାଜପାଠ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୩ ଜଣ ଅତିରିକ୍ତ ଏସ୍ପି, ୧୩ ଜଣ ଇନିସ୍ପେକ୍ଟର, ୫୬ ଜଣ ଏଏସ୍ଆଇ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଏଥିସହ ୬ଟି ମୋବାଇଲ ପାଟ୍ରୋଲିଂ ଗାଡ଼ିର ବ୍ୟବସ୍ଥା କରାଯାଇଛି । ସମସ୍ତ ଫୋର୍ସ ଭଦ୍ରକରେ ୩ ଦିନ ପାଇଁ ରହିବେ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.