କେରଳରୁ ଓଡ଼ିଶା ପହଞ୍ଚିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ : ବନ୍ୟା ଅଞ୍ଚଳରୁ ଉଦ୍ଧାର ପରେ ଫେରୁଛନ୍ତି ଓଡ଼ିଆ

ଶତାବ୍ଦୀର ସବୁଠୁ ବଡ଼ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ କେରଳରେ ଉଦ୍ଧାର କାର୍ୟ୍ୟ ପ୍ରାୟ ସରିଆସିଲାଣି । ଏବେ ରିଲିଫ ଓ ଥଇଥାନ ଉପରେ ଜୋର ଦିଆଯାଉଛି । ବିପନ୍ନଙ୍କୁ ପିଇବା ପାଇଁ ବିଶୁଦ୍ଧ ପାଣି ମିଳୁନଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ବିଧ୍ୱସ୍ତ କେରଳର ରିଲଫ ଓ ଥଇଥାନ ପାଇଁ ୟୁଏଇ ସରକାର ୭ଶହ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ବନ୍ୟା ଅଞ୍ଚଳରୁ ଉଦ୍ଧାର ପରେ ଓଡ଼ିଆଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଫେରାଇ ଅଣାଯାଇଛି । ଏର୍ଣ୍ଣାକୁଲମରୁ ଏକ ସ୍ୱତନ୍ତ୍ର ଟ୍ରେନରେ ୧୪୮ ଜଣ ଓଡ଼ିଆ ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି ।

ଏହାପୂର୍ବରୁ ଗତକାଲି କିଛି ଓଡ଼ିଆ ଟ୍ରେନ ଯୋଗେ ଆସି ପହଞ୍ଚିଥିଲେ । ଏର୍ଣ୍ଣାକୁଲମରୁ ଟ୍ରେନ ଯୋଗେ ଗଞ୍ଜାମ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର କିଛି ଶ୍ରମିକ ଫେରିଛନ୍ତି । ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ଘରକୁ ଯିବା ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କୁ ଉଦ୍ଧାର କରି ଫେରାଇ ଅଣାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.