Below header

ଆଜି ଓଡ଼ିଶା ଆସିବ ଅଟଳ ବିହାରୀ ବାଜପେୟୀଙ୍କ ଚିତା ଭସ୍ମ

ଭୁବନେଶ୍ବର (କେନ୍ୟୁଜ୍) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଚିତାଭସ୍ମ ଆଜି ଓଡ଼ିଶା ଆସିବ । ବିମାନବନ୍ଦରରେ ପହଞ୍ଚିବା ପରେ ଚିତାଭସ୍ମକୁ ରାଜ୍ୟ ବିଜେପି କାର୍ୟ୍ୟାଳୟକୁ ଅଣାଯିବ । ସେଠାରେ ଏହାକୁ ଦଳୀୟ କର୍ମୀ ଓ ଜନସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ଆସନ୍ତାକାଲି ଚିତାଭସ୍ମକୁ ପୁରୀ ନିଆଯାଇ ମହୋଦଧିରେ ବିସର୍ଜନ କରାଯିବାର କାର୍ୟ୍ୟକ୍ରମ ରହିଛି । କେବଳ ମହୋଦଧି ନୁହେଁ, ରାଜ୍ୟର ପ୍ରମୁଖ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ । ସେହିପରି ଆସନ୍ତା ୨୪ ତାରିଖ ଦିନ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ସର୍ବଦଳୀୟ ସ୍ମୃତିଚାରଣ ସଭା । ଗତ ୧୬ ତାରିଖରେ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା। ଏହାପରେ ୧୯ତାରିଖରେ ହରିଦ୍ୱାର ଗଙ୍ଗାନଦୀରେ ବିସର୍ଜନ ହୋଇଥିଲା ଚିତା ଭସ୍ମ । ବାଜପେୟୀଙ୍କ ଝିଅ ନମିତା ଭଟ୍ଟାଚାର୍ୟ୍ୟ ହରି-କି-ପୌରୀ ଘାଟରେ ଅସ୍ଥି ବିସର୍ଜନ କରିଥିଲେ । ଦେଶର ୧୦୦ଟି ପବିତ୍ର ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ଉତ୍ତରପ୍ରଦେଶରୁ ୧୮ଟି କଳସ ଯାତ୍ରା ବାହାରିଛି । ବିଭିନ୍ନ ରାଜ୍ୟର ପବିତ୍ର ନଦୀରେ ଏହି ଅସ୍ଥି ବିସର୍ଜନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.