ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଠିକା ଶ୍ରମିକଙ୍କ ଆନ୍ଦୋଳନ

ପାରାଦୀପ (କେନ୍ୟୁଜ୍) : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଠିକା ଶ୍ରମିକଙ୍କ ଆନ୍ଦୋଳନ । ଅପରେଟର ମାନ୍ୟତା ଦାବିରେ ଠିକା ଶ୍ରମିକମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ବନ୍ଦର କାର୍ୟ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ଓଏସ୍ଏଲ୍ ଷ୍ଟିଭେଡୋରିଂ ଅଧିନରେ କାମ କରୁଥିବା ଠିକା ଶ୍ରମିକମାନେ ପଦୋନ୍ନତି ଓ ଦରମା ବୃଦ୍ଧି ଦାବି କରି ବାରମ୍ବାର ଆନ୍ଦୋଳନ ଡାକରା ଦେଇଥିଲେ । କିନ୍ତୁ ସଂସ୍ଥା କିଛି ଆଲୋଚନା କରିନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଠିକା ଶ୍ରମିକ । ଫଳରେ ବନ୍ଦର ନିଷିଦ୍ଧାଞ୍ଚଳରେ ପଣ୍ୟ କାରବାର, ଜାହାଜରୁ ଲୋଡିଂ ଓ ଅପଲୋଡିଂ ପ୍ରଭାବିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.