Below header

ସିଟି ବସ୍‌ରେ ଗଲେ କଂଗ୍ରେସ ପ୍ରଭାରୀ : ହୋଟେଲରୁ ଚାଲି ଚାଲି ରାସ୍ତାକୁ ଆସିଲେ

ଭୁବନେଶ୍ବର (କେନ୍ୟୁଜ୍) : ୧୯ ରଣନୀତି ପ୍ରସ୍ତୁତିରେ ଲାଗିଛି କଂଗ୍ରେସ । ସେଥିଲାଗି ଓଡ଼ିଶା ଆସିଥିଲେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ । ତୁହାକୁ ତୁହା ନେତାଙ୍କ ସହ ବୈଠକ କଲେ । କେବଳ ସେତିକି ନୁହଁ, ଲୋକଙ୍କ ମୁଡ୍ ଜାଣିବାକୁ ବସରେ ମଧ୍ୟ ଯାତ୍ରା କରିଥିଲେ । ସେ ରହୁଥିବା ହୋଟଲରୁ କଂଗ୍ରେସ ଭବନ ଯାଏ, ସିଟି ବସରେ ଯାଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଜିତେନ୍ଦ୍ର ସିଂହ ହୋଟଲରୁ ଚାଲି ଚାଲି ରାସ୍ତାକୁ ଆସିଥିଲେ । ମାଷ୍ଟର କ୍ୟାଣ୍ଟିନ ଯାଉଥିବା ବସରେ ଚଢିଥିଲେ । ଯାତ୍ରୀଙ୍କ ସହ କଥା ହୋଇ ପହଞ୍ଚିଥିଲେ କଂଗ୍ରେସ ଭବନ ପାଖରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.