ପୋଖରୀ ଭିତରେ କରେଣ୍ଟ : ୧୦ ଆହତ

ଗଞ୍ଜାମ (କେନ୍ୟୁଜ୍) : ପୋଖରୀ ଭିତରେ କରେଣ୍ଟ। ଗାଧୋଉଥିବାବେଳେ ବିଦ୍ୟୁତ ଆଘାତରେ ୧୦ଜଣ ଆହତ। ପୋଖରୀ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ପାଣି ଭିତରେ ଛିଣ୍ଡିପଡିବାରୁ ଏହି ଅଘଟଣ ଘଟିଛି। ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଗୁଡିଆଳି ଗାଁର କିଛି ଲୋକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ କବିସୂର୍ୟ୍ୟନଗର ଓ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।