ମୟୂରଭଞ୍ଜ(କେନ୍ୟୁଜ୍): ପିକନିକ୍ ମଜାକୁ ପାଣିଚିଆ କରି ଦେଲା ହାତୀ । ଗୀତ ଶୁଣି ପାଖକୁ ପଳାଇ ଆସିଲା। ବଣଭୋଜି କରୁଥିବା ଲୋକଙ୍କର ପନିପରିବା ଖାଇଦେଲା । ଭୟରେ ଏଣେତେଣେ ଦୌଡ଼ି ପଳାଇଲେ ଲୋକ। ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅନ୍ତର୍ଗତ ସୀତାକୁଣ୍ଡର। ସେଠାରେ ବନ ବିଭାଗ ପକ୍ଷରୁ ଏହି ଛୁଆ ହାତୀ ବବଲୁକୁ ଲାଳନ ପାଳନ କରାଯାଉଛି। ପିକନିକ ଋତୁରେ ବଣଭୋଜି କରିବାକୁ ସୀତାକୁଣ୍ଡକୁ କିଛି ଲୋକ ଆସିଥିଲେ । ଏତିକିବେଳେ ସେଠାରେ ଲୁହା ଚେନ୍କୁ ଛିଣ୍ଡାଇ ପହଞ୍ଚି ଯାଇଥିଲା ବବଲୁ। ତାକୁ ଦେଖି ଲୋକମାନେ ଏଣେତେଣେ ଦୌଡ଼ି ପଳାଇଥିଲେ। ପାଖାପାଖି ଘଣ୍ଟାଏ ଧରି ସେଠାରେ ଉତ୍ପାତ କରିଥିଲା ବବଲୁ । କାବୁ କରିବା ପାଇଁ ନାକେଦମ୍ ହୋଇଥିଲା ବନ ବିଭାଗ। ତାକୁ କାବୁ କରିବା ପରେ ଲୋକମାନେ ଆଶ୍ୱସ୍ତ ହୋଇଥିଲେ।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…