Below header

ମୟୂରଭଞ୍ଜ: ଡିଜେ ଗୀତକୁ ଶୁଣି କଣ୍ଡ୍ରୋଲ କରିପାରିଲାନି ହାତୀ, ଧାଇଁ ଆସି ବଣଭୋଜି କରୁଥିବା ଲୋକଙ୍କର ପନିପରିବା ଦେଲା ଖାଇ

ମୟୂରଭଞ୍ଜ(କେନ୍ୟୁଜ୍): ପିକନିକ୍‌ ମଜାକୁ ପାଣିଚିଆ କରି ଦେଲା ହାତୀ । ଗୀତ ଶୁଣି ପାଖକୁ ପଳାଇ ଆସିଲା। ବଣଭୋଜି କରୁଥିବା ଲୋକଙ୍କର ପନିପରିବା ଖାଇଦେଲା । ଭୟରେ ଏଣେତେଣେ ଦୌଡ଼ି ପଳାଇଲେ ଲୋକ। ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅନ୍ତର୍ଗତ ସୀତାକୁଣ୍ଡର। ସେଠାରେ ବନ ବିଭାଗ ପକ୍ଷରୁ ଏହି ଛୁଆ ହାତୀ ବବଲୁକୁ ଲାଳନ ପାଳନ କରାଯାଉଛି। ପିକନିକ ଋତୁରେ ବଣଭୋଜି କରିବାକୁ ସୀତାକୁଣ୍ଡକୁ କିଛି ଲୋକ ଆସିଥିଲେ । ଏତିକିବେଳେ ସେଠାରେ ଲୁହା ଚେନ୍‌କୁ ଛିଣ୍ଡାଇ ପହଞ୍ଚି ଯାଇଥିଲା ବବଲୁ। ତାକୁ ଦେଖି ଲୋକମାନେ ଏଣେତେଣେ ଦୌଡ଼ି ପଳାଇଥିଲେ। ପାଖାପାଖି ଘଣ୍ଟାଏ ଧରି ସେଠାରେ ଉତ୍ପାତ କରିଥିଲା ବବଲୁ । କାବୁ କରିବା ପାଇଁ ନାକେଦମ୍‌ ହୋଇଥିଲା ବନ ବିଭାଗ। ତାକୁ କାବୁ କରିବା ପରେ ଲୋକମାନେ ଆଶ୍ୱସ୍ତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.