କିଟ୍ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେଲା ୬୮ତମ ଜାତୀୟ ସ୍ତରୀୟ ସିନିଅର ପୁରୁଷ ଓ ମହିଳା ଭଲିବଲ ଚାମ୍ପିଅନସିପ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟର ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ୬୮ତମ ଜାତୀୟ ସ୍ତରୀୟ ସିନିଅର ପୁରୁଷ ଓ ମହିଳା ଭଲିବଲ ଚାମ୍ପିଅନସିପ । ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି । ଏଥିରେ ଗୁଜୁରାଟ, ବିହାର, ଆସାମ, ମଣିପୁର, ତେଲେଙ୍ଗାନା ଆଦି ରାଜ୍ୟରୁ ପ୍ରାୟ ୩ ହଜାର ଖେଳାଳି ଭାଗ ନେଇଛନ୍ତି । କିସ ଓ କିଟ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ସବୁ ଖେଳାଳିଙ୍କୁ ସ୍ୱାଗତ କରିବା ସହ କିଟ୍‌ ଓ କିସ ବୁଲି ଦେଖିବାକୁ ଆମନ୍ତ୍ରଣ କରିଛନ୍ତି । ଆଗକୁ ଏସିଆନ ଗେମ୍ସ ପାଇଁ ଏହି ଚାମ୍ପିଅନସିପରୁ ଖେଳାଳି ଚୟନ କରାଯିବ । ରାଜଧାନୀ ଭୁବନେଶ୍ୱର ହେଉଛି ସ୍ପୋର୍ଟସ ହବ । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ ଖେଳକୁ ଗୁରୁତ୍ୱ ଦେଇଆସିଛନ୍ତି । ତାଙ୍କର ସେହି ପ୍ରଚେଷ୍ଟାକୁ ଆହୁରି ପ୍ରୋତ୍ସାହନ ଦେବା ପାଇଁ ଏଭଳି ଜାତୀୟ ସ୍ତରୀୟ ଚାମ୍ପିଅନସିପର ବେଶ ଗୁରୁତ୍ୱ ରହିଛି । ଓଡ଼ିଶାରେ ଜାତୀୟ ସ୍ତରୀୟ ଭଲିବଲ ଚାମ୍ପଆନସିପ ଆୟୋଜନ ପାଇଁ ସେ ଡକ୍ଟର ସାମନ୍ତଙ୍କର ପ୍ରଶଂସା କରିଛନ୍ତି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିଅନସିପ୍‌ ଚାଲିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.