କୋରାପୁଟ: ବାଇକକୁ ପିଟିଲା ବାଇକ, ଜଣେ ମୃତ ଦୁଇ ଗୁରୁତର

କୋରାପୁଟ( କେନ୍ୟୁଜ୍): ବାଇକ ସହ ବାଇକର ମୁହାମୁହିଁ ଧକ୍କା ଜଣେ ମୃତ୍ୟୁ ଦୁଇଜଣ ଗୁରୁତର। ମୃତକ ଜଣକ ହେଲେ ନିକଟବର୍ତ୍ତି  ଖୁଡି ଗ୍ରାମର  ଜୟସେନ ହନ୍ତାଳ। ୨୬ନମ୍ୱର ଜାତୀୟ ରାଜପଥର ସିମିଳିଗୁଡା ସହର ନିକଟ ଗେରୁଗାଡ ଠାରେ ଘଟିଛି ଏହି ଦୁର୍ଘଟଣା।  ସୂଚନା ମୁତାବକ ସିମିଳିଗୁଡା ଆଡକୁ  ଆସୁଥିବା ପଲସର ବାଇକ  ଅପର ପାର୍ଶ୍ୱରେ ପଟାଙ୍ଗି ଆଡକୁ ଯାଉଥୁବା ସ୍ପ୍ଲେଣ୍ଡର ବାଇକସହ  ଧକ୍କା ହୋଇଥିଲା । ଦୁର୍ଘଟଣାର ମାତ୍ରା ଏତେ ଥିଲା ଯେ ପଲସର ଚାଳକ ଜୟସେନ ହନ୍ତାଳଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହା  ସହିତ ଦୁଇଜଣ ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣା ପଡିଛି। ଗୁରୁତରଙ୍କୁ ସ୍ଥାନୀୟ  ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରଯାଇ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଯାହା ଫଳରେ ୨୬ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ କିଛି  ସମୟ ପାଇଁ ପୁରା ଠପ  ହୋଇଯାଇଥିଲା । ଏହି ଘଟଣାର ଖବର ପାଇ ସିମିଳିଗୁଡା ଆଇଆଇସି ଧୀରେନ କୁମାର ବେହେରା   ଦୁର୍ଘଟଣା  ସ୍ଥଳରେ ପହଞ୍ଚି ରାସ୍ତାରୋକ କରିଥିବା ଲୋକଙ୍କୁ  ବୁଝାସୁଝା କରିବା ପରେ  ରାସ୍ତାରୋକ ହଟିଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.