Categories: ରାଜ୍ୟ

ମହାନଦୀ ବନ୍ଯା ପାଣିରେ ଭାସିଗଲେ ହାତୀପଲ, ଆଠଗଡ଼ରୁ ଚନ୍ଦକା ଯିବାକୁ ପାର୍ ହେଉଥିଲେ ନଦୀ

କଟକ(କେନ୍ଯୁଜ୍) : ନଦୀରେ ଭାସିଗଲେ ହାତୀ ପଲ । କଟକ ମୁଣ୍ଡୁଳି ନିକଟରେ ମହାନଦୀ ବନ୍ୟା ପାଣିରେ ପ୍ରାୟ ୯ଟି ହାତୀ ଭାସି ଯାଇଥିବା ଆଠଗଡ଼ ରେଞ୍ଜର୍‌ ସୂଚନା ଦେଇଛନ୍ତି । ହାତୀପଲରେ ପ୍ରାୟ ୨୦ଟି ହାତୀ ଥିବାବେଳେ ୯ଟି ହାତୀ ଭାସିଯାଇଛନ୍ତି । ଅନନ୍ତପୁର ପାଖରେ ଗୋଟିଏ ହାତୀ ଦେଖିବାକୁ ମିଳୁଛି । ଅନ୍ୟ ହାତୀମାନେ ଭାସି ଯାଇଥିବା ଆଶଙ୍କା କରାଯାଉଛି । ଏମାନେ ଆଠଗଡ଼ରୁ ଚନ୍ଦକା ଯିବାକୁ ନଦୀ ପାର୍‌ ହେଉଥିଲେ । ଏହି ସମୟରେ ବନ୍ୟା ପାଣିରେ ଭାସି ଯାଇଥିଲେ ।

ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି । ମୁଣ୍ଡୁଳି ଗେଟକୁ ବନ୍ଦ କରାଯାଇଛି । ସେପଟେ ୨ଟି ହାତୀ କୂଳକୁ ଫେରିଥିବା ଜଣାପଡ଼ିଛି । ଅନନ୍ତପୁର ଗାଁ ନିକଟରେ ଗୋଟେ ହାତୀ କୂଳରେ ଲାଗିବା ପରେ ଅନ୍ୟ ହାତୀଟି କଖଡି ନାରଙ୍ଗବସ୍ତ ଠାରେ ନଦୀ ଭିତରେ ଥିବା ଟାପୁରେ ଫଶି ରହିଛି। ହାତୀଟି ଗାଁ ନିକଟରେ ଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। କିଛି ଦିନ ପ୍ରାୟ ୨୫ରୁ ୩୦ଟି ହାତୀ ଆଠଗଡ଼ ବନ ଖଣ୍ଡରେ ରହୁଛନ୍ତି । ଏମାନେ ପ୍ରତ୍ୟେକ ଦିନ ବାଙ୍କୀ ଦେଇ ଯାଆସ କରିଥାନ୍ତି ।

 

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

13 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

21 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

27 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

35 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

38 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

45 mins ago