ମହାନଦୀ ବନ୍ଯା ପାଣିରେ ଭାସିଗଲେ ହାତୀପଲ, ଆଠଗଡ଼ରୁ ଚନ୍ଦକା ଯିବାକୁ ପାର୍ ହେଉଥିଲେ ନଦୀ

କଟକ(କେନ୍ଯୁଜ୍) : ନଦୀରେ ଭାସିଗଲେ ହାତୀ ପଲ । କଟକ ମୁଣ୍ଡୁଳି ନିକଟରେ ମହାନଦୀ ବନ୍ୟା ପାଣିରେ ପ୍ରାୟ ୯ଟି ହାତୀ ଭାସି ଯାଇଥିବା ଆଠଗଡ଼ ରେଞ୍ଜର୍‌ ସୂଚନା ଦେଇଛନ୍ତି । ହାତୀପଲରେ ପ୍ରାୟ ୨୦ଟି ହାତୀ ଥିବାବେଳେ ୯ଟି ହାତୀ ଭାସିଯାଇଛନ୍ତି । ଅନନ୍ତପୁର ପାଖରେ ଗୋଟିଏ ହାତୀ ଦେଖିବାକୁ ମିଳୁଛି । ଅନ୍ୟ ହାତୀମାନେ ଭାସି ଯାଇଥିବା ଆଶଙ୍କା କରାଯାଉଛି । ଏମାନେ ଆଠଗଡ଼ରୁ ଚନ୍ଦକା ଯିବାକୁ ନଦୀ ପାର୍‌ ହେଉଥିଲେ । ଏହି ସମୟରେ ବନ୍ୟା ପାଣିରେ ଭାସି ଯାଇଥିଲେ ।

hatiବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି । ମୁଣ୍ଡୁଳି ଗେଟକୁ ବନ୍ଦ କରାଯାଇଛି । ସେପଟେ ୨ଟି ହାତୀ କୂଳକୁ ଫେରିଥିବା ଜଣାପଡ଼ିଛି । ଅନନ୍ତପୁର ଗାଁ ନିକଟରେ ଗୋଟେ ହାତୀ କୂଳରେ ଲାଗିବା ପରେ ଅନ୍ୟ ହାତୀଟି କଖଡି ନାରଙ୍ଗବସ୍ତ ଠାରେ ନଦୀ ଭିତରେ ଥିବା ଟାପୁରେ ଫଶି ରହିଛି। ହାତୀଟି ଗାଁ ନିକଟରେ ଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। କିଛି ଦିନ ପ୍ରାୟ ୨୫ରୁ ୩୦ଟି ହାତୀ ଆଠଗଡ଼ ବନ ଖଣ୍ଡରେ ରହୁଛନ୍ତି । ଏମାନେ ପ୍ରତ୍ୟେକ ଦିନ ବାଙ୍କୀ ଦେଇ ଯାଆସ କରିଥାନ୍ତି ।

 

Leave A Reply

Your email address will not be published.