Below header

ଭାରତୀୟ କ୍ରିକେଟ ଟିମର ପୃଥ୍ଵୀ ସ’ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ , ତେନ୍ଦୁଲକରଙ୍କ ପ୍ରଶଂସା

ହାଇଦ୍ରାବାଦ୍(କେନ୍ଯୁଜ୍) : ୱେଷ୍ଟ ଇଣ୍ଡିଜ୍‌ ବିରୋଧରେ ଭାରତ ୨-୦ରେ ସିରିଜ୍‌ ଜିତି ନେଇଛି। ମ୍ୟାନ୍‌ ଅଫ ଦ ସିରିଜ ହୋଇଛନ୍ତି ୧୮ ବର୍ଷୀୟ ପୃଥ୍ଵୀ ସ’। ପୃଥ୍ଵୀଙ୍କ ଏହାଥିଲା ପ୍ରଥମ ଟେଷ୍ଟ ସିରିଜ୍‌। ପଦାର୍ପଣ ଟେଷ୍ଟରେ ସେଞ୍ଚୁରୀ କରିଥିଲେ। ଦୁଇଟି ଟେଷ୍ଟରେ ସେ ୨୩୭ ରନ୍‌ କରିଥିଲେ। ହାରାହାରି ରହିଛି ୧୧୮.୫ । ଷ୍ଟ୍ରାଇକ ରେଟ୍‌ ରହିଛି ୯୪। ପୂର୍ବରୁ ପୃଥ୍ଵୀ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ କ୍ୟାରିଅର ଆରମ୍ଭରୁ ଦମଦାର ପ୍ରଦର୍ଶନକୁ ନେଇ ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳି ପ୍ରଶଂସା କରିଛନ୍ତି।

prithivସେପଟେ ଏହି ବିଜୟ ସହ ଭାରତ ଘରୋଇ ମାଟିରେ ଲଗାତର ୧୦ଟି ଟେଷ୍ଟ ସିରିଜ ଜିତିଲାଣି। ୨୦୧୩ ମସିହା ପରଠାରୁ ଭାରତ ନିଜ ମାଟିରେ ୨୯ଟି ଟେଷ୍ଟ ଖେଳିଛି। ସେଥିରୁ ୨୩ଟି ଜିତିଛି ଟିମ୍‌ ଇଣ୍ଡିଆ। ହାରିଛି ମାତ୍ର ଗୋଟିଏ ଏବଂ ଡ୍ର ରହିଛି ୫ଟି ମ୍ୟାଚ୍‌। ଏ ସମୟ ମଧ୍ୟରେ ଅଷ୍ଟ୍ରେଲିଆ ୨୭ଟି ଟେଷ୍ଟ ଖେଳି ୨୦ଟି ଜିତିଛି ଓ ଦୁଇଟି ହାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.