Categories: ରାଜ୍ୟ

ଜଙ୍ଗଲ ଛାଡ଼ି ରାଜରାସ୍ତାରେ ଗଜରାଜ

ଆଠଗଡ଼(କେନ୍ୟୁଜ୍) : ଜଙ୍ଗଲ ଛାଡ଼ି ରାଜରାସ୍ତାରେ ଗଜରାଜ । ଆଠଗଡ଼ ଖୁଣ୍ଟୁଣୀ ରେଞ୍ଚ ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ ପଲ । ଗୋଚିଏ କି ଦୁଇଟି ନୁହେଁ, ୧୦ରୁ ଅଧିକ ହାତୀ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି । ସୁବାସୀ ଜଙ୍ଗଲରୁ ହାତୀପଲ ଆସି ବିଭିନ୍ନ ଗାଁରେ ପଶି ବ୍ୟାପକ ଫସଲ ବି ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଫଳରେ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି ।

ଗଞ୍ଜାମ କୁକୁଡାହାଣ୍ଡି ବ୍ଲକରେ ବି ଉତ୍ପାତ ଚଳାଇଛନ୍ତି ହାତୀ :

ସେପଟେ ଗଞ୍ଜାମ ଜିଲ୍ଲା କୁକୁଡାହାଣ୍ଡି ବ୍ଲକରେ ବି ଉତ୍ପାତ ଚଳାଇଛନ୍ତି ହାତୀ । ବିଭିନ୍ନ ଗାଁରେ ଉପଦ୍ରବ ଜାରି ରଖିଛନ୍ତି । ଅଭିଯୋଗ ହୋଇଛି, ବ୍ୟାପକ ଧାନ ଓ ମୂଳା ଚାଷ ନଷ୍ଟ କରୁଛନ୍ତି ହାତୀପଲ । ୭ ଦିନ ଧରି ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ହାତୀ ଘଉଡ଼ାଇବାରେ ବନ ବିଭାଗ ଫେଲ୍‌ ମାରିଥିବାବେଳେ ଗାଁଲୋକ ଅଭିଯୋଗ କରିଛନ୍ତି ।

KNews Bureau

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

20 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

24 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

46 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

1 hour ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago