Categories: ରାଜ୍ୟ

ବାଲେଶ୍ୱର: ଫେସ୍‌ବୁକ୍‌ ରୁ ପ୍ରେମ, ପ୍ରେମିକାକୁ ଦେଖା କରିବାକୁ ଯାଇ ଫସିଲେ ପ୍ରେମିକ

ବାଲେଶ୍ୱର(କେନ୍ୟୁଜ୍): ଆପଣ ଅନେକ ବାହାଘର ଦେଖିଥିବେ । ଲଭ୍‌ ମ୍ୟାରେଜ୍‌, ଆରେଞ୍ଜ ମ୍ୟାରେଜ୍‌, କୋର୍ଟ ମ୍ୟାରେଜ୍‌ ଶୁଣିଥିବେ । ହେଲେ ଏମିତି ବାହାଘର ହେବ କେବେ ଭାବି ନଥିବେ ପ୍ରେମି ଯୁଗଳ । ପ୍ରେମିକାକୁ ଦେଖା କରିବାକୁ ଯାଇ ଫସିଗଲେ ପ୍ରେମିକ । ଗାଁଲୋକେ କାବୁ କରି ବିବାହ କରାଇଦେଲେ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ସୋର ଗୁଲୁଣିଆ ଗାଁର ସୁରେନ୍ଦ୍ର ବେହେରାଙ୍କ ଝିଅ କୁବାବୁପାଟଣା ଗାଁର ଯୁଧିଷ୍ଠିର ବେହେରାଙ୍କ ପୁଅ ବୈକୁଣ୍ଠକୁ ପ୍ରେମ କରୁଥିଲେ । ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ । ଦୁହେଁ ଫୋନ୍‌ ନମ୍ବର ନେଇ କଥା ହେଉଥିଲେ । ଗତକାଲି ଝିଅର ପରିବାର ଲୋକ ଘରେ ନଥିବାରୁ ପ୍ରେମିକାକୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସିଥିଲେ ବୈକୁଣ୍ଠ । ଗାଁ ଲୋକ ପ୍ରେମୀ ଯୁଗଳଙ୍କୁ ଏକାଠି ଥିବା ଦେଖି ଝିଅର ମାଆକୁ ଖବର ଦେଇଥିଲେ । ରାତିରେ ଦୁଇ ଜଣଙ୍କ ବିବାହ କରାଇ ଦେଇଥିଲେ ।

KNews Bureau

Recent Posts

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

12 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

32 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

59 mins ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

1 hour ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

8 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

11 hours ago