ରାଜ୍ୟ

ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାଁରେ ଜାଲ ବିପିଏଲ କାର୍ଡ ! ବାବୁ କହିଲେ ମୁଁ କିଛି ଜାଣିନି

ମାଲକାନଗିରି(କେନ୍ୟୁଜ୍):ସରକାରୀ ବାବୁଙ୍କ ଘର ଡିହ ଖଜଣା କମାଇବା ପାଇଁ ଅଭିନବ ଉଦ୍ୟମ । ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ହୋଇଛି ଜାଲ ବିପିଏଲ କାର୍ଡ ।ବିଭିନ୍ନ ସମୟରେ ବିଭିନ୍ନ ଚଞ୍ଚକତା କରି ସରକାରୀ ସୁବିଧା ପାଉଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ଏକ ଉଚ୍ଚ ପଦସ୍ଥ ଅଧିକାରୀ ନିଜ ପତ୍ନୀଙ୍କ ନାମରେ ବିପିଏଲ କାର୍ଡ କରାଇ ପୌର ପରିଷଦରେ ଖଜଣା ଫାଙ୍କିବା ପାଇଁ ଏଭଳି ଚଞ୍ଚକତା କରିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ବିପିଏଲ କାର୍ଡ ପ୍ରସ୍ତୁତ କରୁଥିବା କର୍ମଚାରୀ ମାନେ ମଧ୍ୟ ଏହି ଚଞ୍ଚକତର କିଭଳି ସୁରାକ ପାଇଲେ ନାହିଁ ? ନା ଅଧିକାରୀଙ୍କ ଚାପରେ ପଦଦି ଏଭଳି ମିଥ୍ୟା ବିପିଏଲ କାର୍ଡ କରିଛନ୍ତି ତାହା ସବୁଠାରୁ ବଡ ପ୍ରଶ୍ନ ।

ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଲୟର ଜରୁରୀକାଳୀନ ବିଭାଗର ସହକାରୀ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଲଲିତ ମଣ୍ଡଳ ନାମକ ଅଧିକାରୀଙ୍କ ସ୍ତ୍ରୀଙ୍କ ନାମରେ ଏହି ବିପିଏଲ କାର୍ଡଟି ପ୍ରସ୍ତୁତ ହୋଇଥିବା ଜଣାପଡିଛି । ତେବେ ମ୍ୟୁନିସପାଲିଟି ଲ୍ୟାଣ୍ଡ ରାଇଟ ଜମି ପଟ୍ଟା ପ୍ରଦାନ ପାଇଁ ଏହି ବିପିଏଲ କାର୍ଡକୁ ବ୍ୟବହାର କରି ସରକାରଙ୍କୁ ଖଜଣା ଫଙ୍କୁଥିବା ଜଣାପଡିଛି । ଦୀର୍ଘ ବର୍ଷ ଧରି ଯେଉଁ ଲୋକେ ସରକାରୀ ଜାଗାରେ ରହି ଆସୁଛନ୍ତି ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ମ୍ୟୁନିସପାଲିଟି ଲ୍ୟାଣ୍ଡ ରାଇଟ ଜମି ପଟ୍ଟା ପ୍ରଦାନ କରାଯିବ । ତେବେ ଏହି ପଟ୍ଟା ପାଇଁ ବିପିଏଲଧାରୀ ପ୍ରାୟ ୧୦,୮୦୦ ଟଙ୍କା ଖଜଣା ଦେବାର ନିୟମ ଥିବା ବେଳେ ଆର୍ଥିକ ସ୍ଵଚ୍ଛଳ ଲୋକଙ୍କୁ ଏହି ପ୍ରମାଣ ପତ୍ର ପାଇଁ ପ୍ରାୟ ୬୫,୦୦୦ ଟଙ୍କା ଖଜଣା ଆକାରରେ ଦେବାକୁ ପଡିବ ।

ମାଲକାନଗିରି ପୌର ପରିଷଦରେ ମଧ୍ୟ ଏହି ନିୟମ ଅନୁଯାୟୀ ଅନେକ ଲୋକେ ପଟ୍ଟା ପାଇଛନ୍ତି । ଏହି ଅଧିକ ଖଜଣା ଦେବାରୁ ବର୍ତ୍ତିବା ପାଇଁ ଲଳିତ ମଣ୍ଡଳଙ୍କ ସ୍ତ୍ରୀ ବିନୋତା ରାଣୀ ମଣ୍ଡଳଙ୍କ ନାମରେ ଚଞ୍ଚକତା କରି ବିପିଏଲ କାର୍ଡ କରାଇ ସେହି କାର୍ଡ ମାଧ୍ୟମରେ ନିଜ ଅଧୀନରେ ଥିବା ସରକାରୀ ଜାଗାର ମ୍ୟୁନିସପାଲିଟି ଲ୍ୟାଣ୍ଡ ରାଇଟ ଜମି ପ୍ରମାଣ ପତ୍ର ବା ପଟ୍ଟା ପାଇବା ପାଇଁ ଆବେଦନ କରିଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ବିପିଏଲ କାର୍ଡରେ ସ୍ବାମୀଙ୍କ ନାମ ରହିବା ନିୟମ ଥିବା ବେଳେ ସେଠାରେ ସେ ତାଙ୍କ ପିତାଙ୍କ ନାମ ବିମଲ ମଣ୍ଡଲ ବୋଲି କାର୍ଡ ନମ୍ବର ୨୧୦୯୧୩୧୧୪୦୦ରେ ଉଲ୍ଲେଖ କରିଛନ୍ତି ।

ଆବେଦନକୁ ଭିତ୍ତି କରି ଏବଂ ବିପିଏଲ କାର୍ଡ ଥିବାରୁ ତାଙ୍କୁ ସ୍ୱଳ୍ପ ଖଜଣାରେ ସେହି ପ୍ରମାଣ ପତ୍ର ମିଳି ଯାଇଥିବା ବେଳେ ଜଣେ ସରକାରୀ ଅଧିକାରୀ ଓ ସହକାରୀ ଜିଲ୍ଲାପାଳ ସ୍ତ୍ରୀଙ୍କ ନାମରେ କିଭଳି ରୂପେ ବିପିଏଲ କାର୍ଡ ହେଲା ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ମାଲକାନଗିରି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ଯେ ସହକରୀ କଲେକ୍ଟରଙ୍କ ପତ୍ନୀ ଶ୍ରୀମତୀ ମଣ୍ଡଳଙ୍କ ନାମରେ ଜାରି ହୋଇଥିବା ପଟ୍ଟା ବାବଦକୁ ଅଧିକ ଖଜଣା ଦେବା ପାଇଁ ନୋଟିସ କରାଯାଉଛି ।

ଅନ୍ୟପୋଟେ ସହକାରୀ ଜିଲ୍ଲାପାଳ ଲଳିତ ମଣ୍ଡଳ କହିଛନ୍ତି ଯେ ଏବିଷୟରେ ମୁଁ କିଛି ଜାଣିନାହିଁ କି କାର୍ଡକୁ ମୁଁ କେବେ ଦେଖିନାହିଁ। ତେବେ ମାଲକାନଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସାଧାରଣ ଲୋକେ ଯେଉଁମାନେ ବିପିଏଲ କାର୍ଡ ପାଇବାକୁ ଯୋଗ୍ୟ ସେମାନେ କାର୍ଡ ଖଣ୍ଡେ ପାଇବା ପାଇଁ ନାକେଦମ ହେବୁଥିବା ବେଳେ ଜଣେ ସରକାରୀ ବାବୁ କିଭଳି ନିଜ କ୍ଷମତାର ଅପ ବ୍ୟବହାର କରି ଏଭଳି ଜାଲ କାର୍ଡ ପ୍ରସ୍ତୁତ କରିଛନ୍ତି ତାହାର ତଦନ୍ତ ସାପେକ୍ଷ ।

 

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

17 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago