ରାଜ୍ୟ

କଙ୍କଡାହାଡ଼ ବ୍ଲକରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ, ବନ୍ଧା ହେଲେ ଜଣେ ଆଉ ଜଣେ ଫେରାର

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲା ଆଦିବାସୀ ବହୁଳ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଇଥିବା ସୁଯୋଗ ନେଇ କିଛି ନକଲି ଡାକ୍ତର ଜମାଇଛନ୍ତି ନିଜର ଆଧିପତ୍ୟ।  ଆଦିବାସୀ  ନିରୀହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁ ରେ ଶୋଷଣ କରୁଥିବା ଦେଖିବାକୁ ମିଳିଛି ।କଲିକତା ରାଜ୍ୟର ରାକେଶ ବିଶ୍ୱାସ ନାମକ ଯୁବକ ବିନା ଡାକ୍ତରୀ ପଢ଼ାରେ ସ୍ୱାସ୍ଥ୍ୟ ସେବା କରୁଥିବା ଦେଖୁବାକୁ ମିଳିଥିଲା। ଦିର୍ଘ ୫ବର୍ଷ ହେବ ଏହି ନକଲି ଡାକ୍ତର ଜଣଙ୍କ ଲୋକଙ୍କୁ ଚିକିତ୍ସା କରୁଥିଲେ।  ନିଜେ ଔଷଧ ଠାରୁ ଆରମ୍ଭ କରି ଇଞ୍ଜେକ୍ସନ  ମଧ୍ୟ ଦେଉଥିଲେ।

ଏହି ଖବର ସାଧାରଣରେ ପ୍ରଚାର ହେବାପରେ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରାଙ୍କ ନେତୃତ୍ୱରେ ଏକ ଟିମ ସେହି ନିର୍ଦ୍ଦିଷ୍ଟ କ୍ଲିନିକକୁ ଯାଇ ନକଲି ଡାକ୍ତର ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ତେବେ ଅନ୍ୟ ଜଣେ ରୋଡ଼ଙ୍ଗ ଗାଁରେ ମଧ୍ୟ  ନକଲି ଡାକ୍ତର ଭାବେ ସ୍ୱାସ୍ଥ୍ୟ ସେବା କରୁଥିବା ପୋଲିସ ଖବର ପାଇ କ୍ଲିନିକ ପାଖରେ ପହଁଚିଲା ବେଳକୁ ନକଲି ଡାକ୍ତର ବାବୁ ଫେରାର ହେଇ ଯାଇଛନ୍ତି। ଏ ସଂକ୍ରାନ୍ତରେ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା କହିଛନ୍ତି ଅଟକ ଥିବା ଯୁବକ କେଉଁ ଆଧାରରେ କ୍ଲିନିକ କରି ସ୍ୱାସ୍ଥ୍ୟ ସେବା କରୁଛନ୍ତି ଏହାର ସମସ୍ତ ତଥ୍ୟ ମଗାଯାଇଛି।  ତଥ୍ୟ ଆସିଲା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ l

Sasmita

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

23 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

25 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

28 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

35 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

49 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago