ରାଜ୍ୟ

ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ। ‘ଇଣ୍ଡିଆ ୱାନ ଏୟାର’ ସଂସ୍ଥା ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯାଇଛି। ୯ ସିଟ୍ ବିଶିଷ୍ଟ ଏହି ଦ୍ବିତୀୟ ବିମାନ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିଛି। ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ପହଞ୍ଚିଥିଲା ୮ଟା ୪୫ରେ । ସେହିପରି ଜୟପୁରରୁ ୯ଟାରେ ଛାଡି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବ ବିମାନ ।

ସପ୍ତାହରେ ଦୁଇ ଦିନ ସୋମବାର ଓ ଶୁକ୍ରବାର ଭୁବନେଶ୍ବର ଓ ଜୟପୁର ମଧ୍ୟରେ ଉଡ଼ିବ ବିମାନ। ଏହି ବିମାନ ସେବା ପାଇଁ ଆର୍ଥିକ ସହାୟତା ଯୋଗାଉଛନ୍ତି ରାଜ୍ୟ ସରକାର । ଗତବର୍ଷ ଅକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ବିମାନ ଚଳାଚଳର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ଦ୍ବିତୀୟ ବିମାନ ସେବା ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଆର୍ଥିକ ଗତିବିଧି ବୃଦ୍ଧି ପାଇବ । ଦ୍ବିତୀୟ ବିମାନ ଚଳାଚଳକୁ ନେଇ ଯାତ୍ରୀ ଖୁସି ଅଛନ୍ତି ।

Sasmita

Recent Posts

ଅତ୍ୟଧିକ କେଶ ଝଡିବା ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘର ତିଆରି ତେଲ

ସୁନ୍ଦର ଲମ୍ବା କେଶ ଏବଂ ମୋଟା କେଶ ପାଇବା ପାଇଁ ଲୋକମାନେ ଅନେକ ଉପାୟ ଚେଷ୍ଟା କରନ୍ତି । କିନ୍ତୁ…

5 mins ago

କାଶ୍ମୀରକୁ ନେଇ ଉତ୍ତେଜିତ ଭାଷଣ, ବଢ଼ିଲା ଲେଖିକା ଅରୁନ୍ଧତୀ ରାୟଙ୍କ ସମସ୍ୟା; ଚାଲିବ UAPA ଅଧୀନରେ ମକଦ୍ଦମା

ବିଶିଷ୍ଟ ଲେଖିକା ଅରୁନ୍ଧତୀ ରାୟଙ୍କ ବିରୋଧରେ UAPA (ୟୁଏପିଏ) ଅଧୀନରେ ମକଦ୍ଦମା ଚାଲିବ । ଦିଲ୍ଲୀ ଏଲ୍‌ଜି ଭି.କେ. ସକ୍ସେନା…

8 mins ago

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ପାଟନା ହସ୍ପିଟାଲରେ ଭର୍ତ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ଆଜି ସକାଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପାଟନାର…

19 mins ago

୧୮ ରୁ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ, ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ଦିଆଯିବା ନେଇ ନିର୍ଦ୍ଦେଶ

ଭୁବନେଶ୍ବର: ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ। ପ୍ରଥମ ଦିନରୁ ହିଁ ଓଡ଼ିଶାର ସବୁ ବିଦ୍ୟାଳୟରେ ମଧ୍ୟାହ୍ନ…

22 mins ago

ନିଆଁ ଉଜାଡ଼ି ଦେଲା ଦୁଇଟି ପରିବାରର ଖୁସି, ବାପା ଛେଉଣ୍ଡ ହୋଇଗଲେ ଦୁଇ ପିଲା

ଗଞ୍ଜାମ: କାନ୍ଦ ବୋବାଳିରେ ଫାଟିପଡ଼ୁଛି ପୂରା ଗାଁ । କାହାରି ଆଖିରୁ ଶୁଖୁନି ଲୁହ । କୁନି କୁନି ପିଲା…

30 mins ago

୨୧ ଜୁନରେ ଲଞ୍ଚ ହେବାକୁ ଯାଉଛି Infinix Note 40 5G, 120W ଫାଷ୍ଟ ଚାର୍ଜିଂ ସହ ମିଳିବ 108MP କ୍ୟାମେରା

ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ପାଇଁ ଭାରତ ଏକ ବଡ ବଜାର । ବର୍ଷର ବାର ମାସ, କମ୍ପାନୀମାନେ ସେମାନଙ୍କ ଫ୍ୟାନ୍ସ ଏବଂ…

34 mins ago