ରାଜ୍ୟ

ସରିଲା ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା, ଅଗ୍ନିରେ ଚାଲି ଭକ୍ତିର ପରୀକ୍ଷା ଦେଲେ ମାନସିକ ଧାରୀ ଘଣ୍ଟ ପାଟୁଆ

କାକଟପୁର(କେନ୍ୟୁଜ୍): ଗତକାଲି ସରିଛି କାକଟପୁର ବାସିନୀ ମା ମଙ୍ଗଳାଙ୍କ ପଞ୍ଚମ ପାଳି ଝାମୁଯାତ୍ରା । ମାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଶେଷ ହୋଇଛି । ଆଜି ମାନସିକଧାରୀ ଘଣ୍ଟପାଟୁଆ ସେବକ ଏବଂ ବ୍ରତଧାରୀ ଭକ୍ତ ମାନେ ଝାମୁଗାଡରେ ଅଗ୍ନିରେ ଚାଲି ଭକ୍ତିର ପରୀକ୍ଷା ଦେଇଛନ୍ତି । ଏହି ଅଗ୍ନିପରୀକ୍ଷା ଦେଖିବାଲାଗି ମଙ୍ଗଳା ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା |

ରାଜ୍ଯର ପ୍ରମୁଖ ଶକ୍ତିପୀଠ ମାନଙ୍କ ମଧ୍ୟରୁ କାକଟପୁରର ମା ମଙ୍ଗଳାଙ୍କ ଶକ୍ତିପୀଠ ଅନ୍ୟତମ । ଅନ୍ଯ ଦେବୀପୀଠ ମାନଙ୍କ ଭଳି ଏହି ଦେବୀପୀଠ ରେ ଚୈତ୍ର ମାସରେ ଝାମୁଜାତ୍ରା ପାଳନ କରାଯାଇଥାଏ। ଅନ୍ଯ ଶକ୍ତିପୀଠ ମାନଙ୍କରେ ଏହି ଚୈତ୍ର ପର୍ବ ପାଳନ କରାଯାଇ ଥିଲେ ମଧ୍ୟ କାକଟପୁର ମଙ୍ଗଳା ଙ୍କ ପୀଠରେ ବୈଶାଖ ମାସର ପ୍ରଥମ ମଙ୍ଗଳବାର ରେ ପ୍ରସିଦ୍ଧ ଝାମୁଯାତ୍ରା ପାଳନ କରାଯାଇଥାଏ।ଏହି ବୈଶାଖ ମାଷର ପ୍ରଥମ ମଙ୍ଗଳ ବାର ମଙ୍ଗଳାଙ୍କ ପୀଠରେ ପଞ୍ଚମ ପାଳି ଝାମୁଜାତ୍ରା ଭାବରେ ବେଶ ପରିଚିତ।ଏହି ପଞ୍ଚମ ପାଳି ଝାମୁଜାତ୍ରା ଦିନ ସାରଳାପୀଠରୁ ଆସିଥିବା ମଙ୍ଗଳାଙ୍କ ଘଣ୍ଟପାଟୁଆ ସେବକ ଝାମୁଗାଡ ରେ ଅଗ୍ନିରେ ଚାଲିଥାନ୍ତି । ଚୈତ୍ର ମାଷ ର ପ୍ରତେକ ମଙ୍ଗଳ ବାର ଦିନ ଘଣ୍ଟପାଟୁଆ ସେବକ ମାନେ ପ୍ରାଚୀନଦୀରୁ ଘଟ ରେ ଜଳଆଣି ମଙ୍ଗଳାଙ୍କ ଆଗରେ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ  ପଞ୍ଚମ ପାଳି ମଙ୍ଗଳବାର ଦିନ ଏହି ଘଣ୍ଟପଟୁଆ ଭକ୍ତ ମାନେ ଝାମୁ ଗାଡରେ ଅଗ୍ନିରେ ପ୍ରବେଶ କରି ଅଗ୍ନିପରୀକ୍ଷା ଦେଇଥାନ୍ତି। ଏହି ଦୃଶ୍ଯ ଦେଖିବାପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ ଜମିଥାଏ |

ମା ମଙ୍ଗଳାଙ୍କ ଝାମୁଗାଡରେ ଅଗ୍ନିପରୀକ୍ଷା ଦେବା ପୂର୍ବରୁ ଘଣ୍ଟପାଟୁଆ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ମଙ୍ଗଳା ମନ୍ଦିରରୁ ମାଙ୍କ ଆଜ୍ଞାମାଳ ପାଇବା ପରେ ଘଣ୍ଟ ,ମହୁରୀ,ଢୋଲ ଆଦି ପାରମ୍ପରିକ ବାଦ୍ୟ ବଜାଇ ଏକ ପଟୁଆର ରେ ପ୍ରାଚୀନଦୀର ଘଟ ତୋଳା ତୁଠପାଖକୁ ଯାଇଥାନ୍ତି । ସେଠାରେ ପ୍ରାଚୀନଦୀରୁ ଘଟକଳସ ରେ ଜଳ ଆଣି ତାହାକୁ ଫୁଲରେ ସଜାଇ ସେଠାରୁ ନୃତ୍ୟ କରି ମନ୍ଦିର ପର୍ଯ୍ଯନ୍ତ ଆସିଥାନ୍ତି ଏବଂ ମଙ୍ଗଳାଙ୍କୁ ଦର୍ଶନ କରି ସେଠାରୁ ଆଜ୍ଞା ମାଳ ପାଇଥାନ୍ତି।ଆଜ୍ଞା ମାଳ ପଇସାରିବା ପରେ ଘଣ୍ଟପାଟୁଆ ସେବକ ମାନେ ଆସି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଝାମୁ ଗାଡରେ ଲାଗିଥିବା ଅଗ୍ନିମଧ୍ୟକୁ ପ୍ରବେଶ କରି ଅଗ୍ନିପରୀକ୍ଷା ଦେଇଥାନ୍ତି ।

ଡହଡହ ଖରା ସାଙ୍ଗକୁ ଲାଲଡହ ଡହ ଅଗ୍ନିରେ ଏହି ଭକ୍ତ ମାନେ ଚାଲୁଥିଲେ ମଧ୍ୟ ସେମାନଙ୍କ ପାଦରେ କୌଣସି ଅଗ୍ନିର ତାପ ଜଣାପଡି ନଥିବା ସେମାନେ କହିଥାନ୍ତି । ମା ମଙ୍ଗଳାଙ୍କ ଅଲୌକିକ ମହିମା ଏବଂ ଭକ୍ତ ମାନଙ୍କ ନିଷ୍ଠା,ଭକ୍ତି ଯୋଗୁଁ ଝାମୁଗାଡର ଅଗ୍ନି କୌଣସୀ କ୍ଷତି କରିପାରି ନଥାଏ। ଅଗ୍ନିପରୀକ୍ଷା ଦେଇ ସାରିବା ପରେ ଘଣ୍ଟପାଟୁଆ ସେବକ ମାନେ ମଙ୍ଗଳାଙ୍କ ବେଢା ଭିତରେ ବିର୍ଭିନ୍ନ ପ୍ରକାର ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଭଗବାନଙ୍କ ପ୍ରତି  ବିଶ୍ୱାସର ପ୍ରତୀକ ହେଉଛି ଏହି ଝାମୁଯାତ୍ରା। କାହିଁ କେଉଁ କାଳରୁ କାକଟପୁରର ମା ମଙ୍ଗଳାଙ୍କ ନିକଟରେ ଚାଲି ଆସୁଛି ଏହି ପରମ୍ପରା।  ଖୁବ୍ ଭକ୍ତିର ସହ ଭକ୍ତ ମାନେ ଆସି ନିଜର ମାନସିକ ପୂଣର କରିବା ସହ ମାଙ୍କୁ ସ୍ମରଣ କରୁଛନ୍ତି ଏବଂ ଅଗ୍ନି ଚାଲି ନିଜ ମାଙ୍କ ପ୍ରତି ଥିବା ସେମାନଙ୍କ ବିଶ୍ବାସର ପରୀକ୍ଷା ଦେଉଛନ୍ତି।

 

 

Sonalisa

Recent Posts

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

4 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

9 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

12 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

24 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

43 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

46 mins ago