Categories: ରାଜ୍ୟ

ଯାଜପୁର: ଶସ୍ୟ ବୀମା ପ୍ରିମିୟମ ପଇଠ କରି ବୀମା ରାଶି ପାଇବାରୁ ବଞ୍ଚିତ ଚାଷୀ, ୨ ମାସ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଯାଜପୁର ଟାଉନ: ଶସ୍ୟ ବୀମା ପ୍ରିମିୟମ ପଇଠ କରି ବୀମା ରାଶି ପାଇବାରୁ ଚାଷୀ ବଂଚିତ । ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ଚାଷୀ । ଜିଲ୍ଲାପାଳ ଅଫିସ ଠାରୁ ଯାଇ ହାଇକୋର୍ଟ ପର୍ଯ୍ୟନ୍ତ ପହଁଚିଲାଣି ଅଭିଯୋଗ, ହେଲେ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ମିିଳିପାରିନି ବୀମା ରାଶି । ଏହେଉଛି, ଯାଜପୁର ଜିଲ୍ଲା ମଂଗଳପୁର ପ୍ରାଥମିକ କୃଷି ଋଣ ସମବାୟ ସମିତିର ଶତାଧିକ ଚାଷୀଙ୍କ କଥା । ଯେଉଁ ମାନେ ନିଜର ବୀମା ରାଶି ପାଇବା ପାଇଁ ବର୍ଷେରୁ ଉର୍ଦ୍ଧ ସମୟ ହେଲା ଅପେକ୍ଷା କରି ରହିଛନ୍ତି । ଭୁଲ ଡାଟା ଏଂଟ୍ରି ଫଳରେ ଏଭଳି ସମସ୍ୟା ହୋଇଥିବା ଜଣାପଡିଥିବା ବେଳେ ହାଇକୋର୍ଟ ୨ ମାସ ମଧ୍ୟରେ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେବେ ମିଳିବ ଚାଷୀଙ୍କୁ ସେମାନଙ୍କ ହକ୍‌? କେବେ ମିଳିବ ଚାଷୀଙ୍କୁ ସେମାନଙ୍କ ଶସ୍ୟ ବୀମା ରାଶି? ସୂଚନା ଅନୁଯାୟୀ, ଗତ ବର୍ଷ ତିତିଲି ରେ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଏଯାଏଁ ଚାଷୀଙ୍କୁ ମିଳିନାହିଁ ଶସ୍ୟ ବୀମା ରାଶି । ଯାଜପୁର ମଂଗଳପୁର ପ୍ରାଥମିକ କୃଷି ଋଣ ସମବାୟ ସମିତିର ଶତାଧିକ ଚାଷୀ ସେମାନଙ୍କ ଶସ୍ୟ ବୀମା ରାଶି ପାଇବାରୁ ବଂଚିତ ହୋଇଛନ୍ତି । ଚାଷୀ ମାନଙ୍କ ପଂଜିକରଣ ସମୟରେ ତୃଟିପୂର୍ଣ୍ଣ ଡାଟା ଏଂଟ୍ରି ପଂଳରେ ଶତାଧିକ ଚାଷୀ ଏଭଳି ସମସ୍ୟା ସମ୍ମୁଖିନ ହୋଇଛନ୍ତି । ଫଳରେ ଚାଷୀ ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି ।

ଏହି ସମବାୟ ସମିତି ଅଧିନରେ ଉଭୟ ଥାଲକୁଡି ଏବଂ କସପା ପଂଚାୟତର ୨୫୭ ଜଣ ଚାଷୀ ଫସଲ ହାନି ଜନିତ ଶସ୍ୟ ବୀମା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୧୦୩ ଜଣ ଚାଷୀଙ୍କର ତୃଟିପୂର୍ଣ୍ଣ ଡାଟା ଏଂଟ୍ରି ଯୋଗୁଁ ବୀମା ରାଶି ପାଇବାରୁ ବଂଚିତ ହୋଇଛନ୍ତି । ଫଳରେ ସେମାନଙ୍କୁ ମିଳିବାକୁ ଥିବା ୨୦ଲକ୍ଷ ୫୯ ହଜାର ଟଙ୍କା ଏବେ ପଡି ରହିଛି । ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବା ପାଇଁ ବୀମା କଂପାନି ସେତେଟା ମଧ୍ୟ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ବାରମ୍ବାର ସମବାୟ କର୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ କୌଣସି ସୁଫଳ ନମିିଳିବାରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଚାଷୀ । ମାନ୍ୟବର ହାଇକୋର୍ଟ ୨ ମାସ ମଧ୍ୟରେ ଏହାର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ବୀମା ବ୍ୟବସ୍ଥା କରିଛନ୍ତି ସରକାର । ଏଥିପାଇଁ ପ୍ରିମିୟମ ରାଶି ପଇଠ କରୁଛନ୍ତି ଚାଷୀ । କିନ୍ତୁ ଫସଲ ହାନି ଜନିତ ବୀମା ରାଶି ପ୍ରଦାନ ବେଳକୁ ଉଭୟ ବୀମା କଂପାନି ଓ ସମବାୟ କର୍ତୁପକ୍ଷ ଚାଷୀଙ୍କୁ ଅବହେଳା ପ୍ରଦର୍ଶନ ଫଳରେ ଚାଷୀ ହଇରାଣ ହରକତ ହେଉଛନ୍ତି ।

 

Sonalisa

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

1 min ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

15 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

21 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

51 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

58 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago