ରାଜ୍ୟ

କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କୁ ଘାରିଛି ରୋଗ ପୋକ ଚିନ୍ତା

କଳାହାଣ୍ଡି(କେନ୍ୟୁଜ୍‌): ବର୍ଷ ଆରମ୍ଭରୁ କରୋନା ମହାମାରୀ ପାଇଁ ଚାଷୀ କୁଳ ହତାଶ ହୋଇ ହାତ ବାନ୍ଧି ବସିପଡିଥିବା ବେଳେ କରୋନା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଅପର ପଟେ ଏବେ ଚାଷୀଙ୍କ ଅଣ୍ଟା ନ ସଳଖୁଣୁ ଏବେ ଧାନ ଗଛରେ ରୋଗ ପୋକର ଆତଙ୍କକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଗଲାଣି । କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦିନ ଠାରୁ ଜିଲ୍ଲାର ଜୁନାଗଡ଼ , କଲମପୁର , ଜୟପାଟଣା ,ଧର୍ମଗଡ , କୋକୋସରା , ଏବଂ ଗୋଲାମୁଣ୍ଡା ଭଳି ବ୍ଲକର କେନାଲ ଆଇକଟ ଥିବା ଆଂଚଳରେ ଚାଷୀ ଦୁଇ ଥର ଚାଷ କରି ସୁନାର ଫସଲ ଅମଳ କରି ବେଶ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରି ଚାଲୁଥିଲେ ।

ଚଳିତ ବର୍ଷ ଚାଷୀ ଙ୍କ ବ୍ୟାପକ ଚାଷ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ପରେ ଉଚିତ ସମୟରେ ବର୍ଷା ନହୋଇ ପରେ ଲଘୁ ଚାପ ଜନିତ ବର୍ଷା ହେବା ପରେ ଧାନ ଗଛରେ ବିଭିର୍ଣ୍ଣ ରୋଗ ପୋକ ଲାଗିବାରେ ଆରମ୍ଭ ହୁଏ । ଯେଭଳି , ମାଟିଆ ଗୁଣ୍ଡି ପୋକ , ଧଳା ପୀଠିଆ ଗୁଣ୍ଡି ପୋକ , ପୋଷାକ ପୋକ , ପତ୍ର ଆଛାଦି ରୋଗ , ପତ୍ର ଆଛାଡି ସଢ଼ା ରୋଗ , ଜୀବାଣୁ ଜନିତ ପତ୍ର ପଡା ରୋଗ , କାଣ୍ଡ ସଢ଼ା ରୋଗ , ମହିଷା ରୋଗ , ଭଳି ରୋଗ ଓ ପୋକ ର ଆତଙ୍କ ଦେଖା ଦେଇ ଥାଏ , ଏହା ପରେ ଚାଷୀ ଯେତେ ଔଷଧ ସିଞ୍ଚନ କଲେ ମଧ୍ୟ ଅମଳ ର ପରିମାଣ କମିବାରେ ଲାଗେ ।

ଜିଲ୍ଲା କୃଷି ବିଭାଗ ଚାଷୀଙ୍କୁ ସଠିକ ସମୟରେ ଉଚିତ ପରାମର୍ଶ ଦେଉ ନଥିବା ବେଳେ ଦୋକାନୀ ଓ କମ୍ପାନୀ ପରାମର୍ଶରେ ଚାଷୀ ଔଷଧ ସିଞ୍ଚନ କରି କ୍ଷତିରେ ପଡ଼ୁଥିବା ବେଳେ ଏହାର ସୁଯୋଗ ଦୋକାନୀ ଓ କମ୍ପାନୀ ତଥା କୃଷି ବିଭାଗ କର୍ମଚାରୀ ସଲାସୁତୁରାରେ ମାଲେମାଲ ହେଉଛନ୍ତି । ଜିଲ୍ଲା କୃଷି ବିଭାଗ ଚାଷୀ ଙ୍କୁ ସଠିକ ସମୟ ରେ ଉଚିତ ପରାମର୍ଶ ଦେବା ସହ କୃଷି ଅଧିକାରୀ ଚାଷୀଙ୍କ କ୍ଷେତ୍ର ପରିଦର୍ଶନ କରି ସମସ୍ତ ପ୍ରକାର ରୋଗ ପୋକ ଲାଗିଥିବା କ୍ଷେତ୍ରର କ୍ଷୟ କ୍ଷତିର ଆକଳନ କରି ସରକାରୀ ରିପୋର୍ଟ ପ୍ରସ୍ତୁତ କରିବା ସହ ଚାଷିଙ୍କୁ ଉଚିତ ପରାମର୍ଶ ଦେବାକୁ ଚାଷୀ ମହଲରେ ଦାବି ହେଉଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago