ରାଜ୍ୟ

ଚାଷ ବାସ ହରାଇ ଚିନ୍ତାରେ ବନ୍ୟା ବିପନ୍ନ, ଆଗକୁ କିପରି ପରିବାର ଚଳାଇବେ ସେନେଇ ଚିନ୍ତାରେ

ଚାନ୍ଦବାଲି: ବୈତରଣୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ପାଖାପାଖି ୧୭ଗୋଟି ପଂଚାୟତର ବାସ ଓ ଚାଷକୁ ନଷ୍ଟ କଲା । ବନ୍ୟା ଛାଡିବାକୁ ୧୦ଦିନରୁ ଉର୍ଦ୍ଧ ବିତିଲାଣି । ହେଲେ ବନ୍ୟା ବିନ୍ନଙ୍କ କଷଣ ଦିନକୁ ଦିନ ବଢିଚାଲିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତର ତଳିଆ ଗାଁ ପାରଡିଆ । ବନ୍ୟାପାଣି ମାଡରେ ଏହି ଗାଁର ବ୍ୟାପକ କ୍ଷତି ଘଟିଛି । ଅନେକଙ୍କ ଘର ଭାଙ୍ଗିଛି ଆଉ ସମ୍ପୂର୍ଣ୍ଣ ଉଜୁଡିଯାଇଛି ବର୍ଷକର ଫସଲ । ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ରିଲିଫ ସମସ୍ତ ବନ୍ୟା ବିପନ୍ନ ପାଇପାରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

୨୦୧୧ ମସିହା ଜନଗଣନାରେ ନାଁ ଥିବା ଲୋକ ସରକାରଙ୍କ ରିଲିଫ ଓ ୫ଶହ ଟଙ୍କା ପାଇଥିବା ବେଳେ ଅନ୍ୟମାନଙ୍କୁ ଏହି ରିଲିଫ ମିଳୁନଥିବା ଅଭିଯୋଗ ହୋଇଛି । ଏହାସହ ଯେଉଁମାନଙ୍କର ଘର ଭାଙ୍ଗିଛି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ତଦନ୍ତ କରିଛନ୍ତି ହେଲେ ଭଙ୍ଗା ଘର ଲୋକଙ୍କୁ ଏପର୍ଯ୍ୟନ୍ତ ଜରିପାଲ ମିଳିନଥିବା ଅଭିଯୋଗ କରିଛନ୍ତି ବନ୍ୟା ବିପନ୍ନମାନେ ।ଏହି ଗାଁର ସମସ୍ତ ପରିବାର ଚାଷ କାର୍ଯ୍ୟ ସହ ମାଛ ମାରି ପରିବାର ଚଳାଇଥାନ୍ତି । ହେଲେ ବନ୍ୟା ଆସିବା ଦ୍ୱାରା ଚାଷ ସମ୍ପୂର୍ଣ୍ଣଭାବେ ଉଜୁଡି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ବିଶେଷକରି ଏହି ଗାଁର ଲୋକମାନେ ଦିନ ମଜୁରିଆ ହୋଇଥିବାରୁ ଲୋନ ଓ ଧାର କରଜ କରି ଚାଷ କରିଥିଲେ । ହେଲେ ଚାଷ ଜମିରେ ଦୀର୍ଘ ୧୦ଦିନ କାଳ ପଟୁପାଣି ଜମି ରହିବାରୁ ରୁଆ ଓ ତଳିକୁ ପଚେଇ ଦେଇଛି ।

ଆଗକୁ କଣ କରିବେ କିପରି ପରିବାର ଚଳାଇବେ ସେନେଇ ଚିନ୍ତାରେ ଚାଷୀକୂଳ । ତେବେ ଚାଷୀମାନେ ଅଣ୍ଟା ସଳଖି ଛିଡା ହୋଇ ଆଗକୁ ଡାଳୁଅ ଚାଷ କରିବାର ନିଷ୍ପତି ନେଇଥିବା ବେଳେ ଏଥିରେ ବାଧକ ସାଜୁଛି ପାଖ ବାଙ୍କମୁହାଁ ଓ ଗୈାରି ନାଳି । ଏହି ୨ଗୋଟି ଜୋର ପୋତି ହୋଇ ପଡିଥିବାରୁ ଏହି ନାଳ ଦେଇ ପାଣି ଆସିପାରୁନାହିଁ । ତେଣୁ ଯଦି ଏହି ୨ଗୋଟି ନାଳର ପୁନଃରୁଦ୍ଧାର ହୋଇପାରନ୍ତା ତେବେ ନିଶ୍ଚିତ ଭାବେ ଚାଷୀମାନେ ଆଗାମୀ ଦିନରେ ରବି୍ ଫସଲ କରିପାରନ୍ତେ ବୋଲି କହିଛନ୍ତି ଚାଷୀ ।

Sonalisa

Recent Posts

ଶୀଘ୍ର ମୋଟା ହେବ ପାଇଁ ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ମିଲ୍କସେକ୍

ଯଦି ଆପଣ ମଧ୍ୟ ଅଣ୍ଡରୱେଟ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହିସବୁ ମିଲ୍କସେକ୍ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ…

19 mins ago

ଲୋକଙ୍କ ସମସ୍ୟାକୁ ବୁଝିବା ପାଇଁ କୋଅପରେଟିଭ୍‌ ହାଉସିଂ କଲୋନୀରେ ପହଁଚିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କ ସମସ୍ୟା କଥା ବୁଝିବାକୁ ପହଁଚିଲେ ସାଧାରଣ ଜନତାଙ୍କ ପାଖରେ, ପହଁଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା…

38 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଏପରି ଭାବେ ଡାଏଟ୍‌ରେ ସାମିଲ କରନ୍ତୁ ଭେଣ୍ଡି

ପନିପରିବା ମଧ୍ୟରେ ଭେଣ୍ଡିକୁ ଖାଇବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । କିନ୍ତୁ ଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଉପକାରିତା…

41 mins ago

ଆତଙ୍କୀ ଟାର୍ଗେଟରେ ଅଯୋଧ୍ୟା ରାମ ମନ୍ଦିର, ଜୈସ-ଏ-ମହମ୍ମଦ ସଂଗଠନ ଦେଲା ବିସ୍ଫୋରଣ ଧମକ

ଭାରତରେ ଗତ କିଛିଦିନ ହେଲାଣି ଲଗାତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନରେ ଆତଙ୍କୀ ଭାରତର…

45 mins ago

ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ ସଂସ୍କୃତି ଓ ରଜପର୍ବ ସମ୍ପୂର୍ଣ୍ଣ ନିଆରା

ଗାଁ ଠୁ ସହର ସମସ୍ତେ ବଡ଼ ଉତ୍ସାହର ସହ ପାଳୁଛନ୍ତି ରଜ । ପାନ ପିଠାରେ ମହକୁଛି ସାରା ସହର…

46 mins ago

୫ ଦିନ କାଳବୈଶାଖୀ, ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା

ଭୁବନେଶ୍ୱର : ୫ ଦିନ କାଳବୈଶାଖୀ । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା…

48 mins ago