ଚାଷ ବାସ ହରାଇ ଚିନ୍ତାରେ ବନ୍ୟା ବିପନ୍ନ, ଆଗକୁ କିପରି ପରିବାର ଚଳାଇବେ ସେନେଇ ଚିନ୍ତାରେ

ଚାନ୍ଦବାଲି: ବୈତରଣୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ପାଖାପାଖି ୧୭ଗୋଟି ପଂଚାୟତର ବାସ ଓ ଚାଷକୁ ନଷ୍ଟ କଲା । ବନ୍ୟା ଛାଡିବାକୁ ୧୦ଦିନରୁ ଉର୍ଦ୍ଧ ବିତିଲାଣି । ହେଲେ ବନ୍ୟା ବିନ୍ନଙ୍କ କଷଣ ଦିନକୁ ଦିନ ବଢିଚାଲିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତର ତଳିଆ ଗାଁ ପାରଡିଆ । ବନ୍ୟାପାଣି ମାଡରେ ଏହି ଗାଁର ବ୍ୟାପକ କ୍ଷତି ଘଟିଛି । ଅନେକଙ୍କ ଘର ଭାଙ୍ଗିଛି ଆଉ ସମ୍ପୂର୍ଣ୍ଣ ଉଜୁଡିଯାଇଛି ବର୍ଷକର ଫସଲ । ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ରିଲିଫ ସମସ୍ତ ବନ୍ୟା ବିପନ୍ନ ପାଇପାରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

୨୦୧୧ ମସିହା ଜନଗଣନାରେ ନାଁ ଥିବା ଲୋକ ସରକାରଙ୍କ ରିଲିଫ ଓ ୫ଶହ ଟଙ୍କା ପାଇଥିବା ବେଳେ ଅନ୍ୟମାନଙ୍କୁ ଏହି ରିଲିଫ ମିଳୁନଥିବା ଅଭିଯୋଗ ହୋଇଛି । ଏହାସହ ଯେଉଁମାନଙ୍କର ଘର ଭାଙ୍ଗିଛି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ତଦନ୍ତ କରିଛନ୍ତି ହେଲେ ଭଙ୍ଗା ଘର ଲୋକଙ୍କୁ ଏପର୍ଯ୍ୟନ୍ତ ଜରିପାଲ ମିଳିନଥିବା ଅଭିଯୋଗ କରିଛନ୍ତି ବନ୍ୟା ବିପନ୍ନମାନେ ।ଏହି ଗାଁର ସମସ୍ତ ପରିବାର ଚାଷ କାର୍ଯ୍ୟ ସହ ମାଛ ମାରି ପରିବାର ଚଳାଇଥାନ୍ତି । ହେଲେ ବନ୍ୟା ଆସିବା ଦ୍ୱାରା ଚାଷ ସମ୍ପୂର୍ଣ୍ଣଭାବେ ଉଜୁଡି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ବିଶେଷକରି ଏହି ଗାଁର ଲୋକମାନେ ଦିନ ମଜୁରିଆ ହୋଇଥିବାରୁ ଲୋନ ଓ ଧାର କରଜ କରି ଚାଷ କରିଥିଲେ । ହେଲେ ଚାଷ ଜମିରେ ଦୀର୍ଘ ୧୦ଦିନ କାଳ ପଟୁପାଣି ଜମି ରହିବାରୁ ରୁଆ ଓ ତଳିକୁ ପଚେଇ ଦେଇଛି ।

chasiଆଗକୁ କଣ କରିବେ କିପରି ପରିବାର ଚଳାଇବେ ସେନେଇ ଚିନ୍ତାରେ ଚାଷୀକୂଳ । ତେବେ ଚାଷୀମାନେ ଅଣ୍ଟା ସଳଖି ଛିଡା ହୋଇ ଆଗକୁ ଡାଳୁଅ ଚାଷ କରିବାର ନିଷ୍ପତି ନେଇଥିବା ବେଳେ ଏଥିରେ ବାଧକ ସାଜୁଛି ପାଖ ବାଙ୍କମୁହାଁ ଓ ଗୈାରି ନାଳି । ଏହି ୨ଗୋଟି ଜୋର ପୋତି ହୋଇ ପଡିଥିବାରୁ ଏହି ନାଳ ଦେଇ ପାଣି ଆସିପାରୁନାହିଁ । ତେଣୁ ଯଦି ଏହି ୨ଗୋଟି ନାଳର ପୁନଃରୁଦ୍ଧାର ହୋଇପାରନ୍ତା ତେବେ ନିଶ୍ଚିତ ଭାବେ ଚାଷୀମାନେ ଆଗାମୀ ଦିନରେ ରବି୍ ଫସଲ କରିପାରନ୍ତେ ବୋଲି କହିଛନ୍ତି ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.